ରାଜ୍ୟ

ସାଇବର ସୁରକ୍ଷା ସଚେତନତା ୱେବିନାର୍‌: ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୭%, ଅପରାଧ ୪୦% – Ibnodisha

[ad_1]

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗର ରାଜ୍ୟ ଏନ୍‌ଏସ୍‌ଏସ୍‌ ସେଲ୍‌ ଓ ଓଡ଼ିଶା ପୁଲିସର ମିଳିତ ସହଯୋଗରେ ସାଇବର ସୁରକ୍ଷା ସଚେତନତା ୱେବିନାର୍‌ ଅନୁଷ୍ଠିତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଆଇଜି ସଫିନ୍‌ ଅହମ୍ମଦ ମୁଖ୍ୟଅତିଥି ଭା‌ବେ ଯୋଗଦେଇ କହିଲେ ଇଣ୍ଟରନେଟ୍‌ ଦୁନିଆରେ ସ୍ମାର୍ଟଫୋନ୍‌ ସହ ଜଡ଼ିତ ସାଇବର ଅପରାଧ ବଢ଼ୁଛି। ଏହାର ପ୍ରମୁଖ କାରଣ ହେଉଛି ସଚେତନତାର ଅଭାବ ଏବଂ ଅଳ୍ପ ସମୟ ମଧ୍ୟରେ ଅଧିକ ରୋଜଗାର କରିବାର ଇଚ୍ଛା। ଆମେ ଏପରି ଠକାମି ବାବଦରେ ବୁଝିପାରିଲେ ଅନ୍ୟମାନଙ୍କୁ ସଚେତନ କରାଇ ଏହାକୁ ପ୍ରତିହତ କରିପାରିବା। ଗାଁ ଲୋକଙ୍କୁ ଏ ବିଷୟରେ ଅଧିକ ଜାଗ୍ରତ କରିବାର ସମୟ ଆସିଥିବା ସେ କହିଥିଲେ।

ସହକାରୀ ପୁଲିସ୍‌ କମିସନର ଅଞ୍ଜନା ଟୁଡ଼ୁ ଯୋଗଦେଇ କହିଲେ ଭାରତରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ୪୭% ରହିଛି। ସେଥିରୁ ଉପୁଜୁଥିବା ଅପରାଧର ସଂଖ୍ୟା ୪୦%। ଲୋଭ, ମୋହ, ପ୍ରତିଶୋଧ ପରାୟଣ ମନୋଭାବ ଯୋଗୁଁ ସାଇବର ଅପରାଧ ସଂଖ୍ୟା ଅଧିକ ମାତ୍ରାରେ ବଢ଼ୁଛି। ଏହାକୁ ପ୍ରତିରୋଧ କରିବାକୁ ହେଲେ ଆମକୁ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରିବାକୁ ପଡ଼ିବ। ଆବଶ୍ୟକ ସ୍ଥଳେ ସାଇବର ଥାନାର ଆଶ୍ରୟ ନେବାକୁ ସେ ପରାମର୍ଶ ଦେଇଥିଲେ। ଆଇଟି ଆକ୍ଟ, ପୋସ୍‌କୋ ଆକ୍ଟ, ଆଇପିସି ଆକ୍ଟ ତଥା ସାଇବର ସିକ୍ୟୁରିଟି ପୁଲିସ ଜରିଆରେ ଥାନାରେ ମାମଲା ରୁଜୁ କରାଯାଇପାରିବ। ଅନ୍‌ଲାଇନ୍‌ରେ cybercrime.gov.in କିମ୍ବା ୧୯୩୦କୁ ଡାଏଲ୍‌ କରି ଜଣେ ଏତାଲା ଦାୟର କରିପାରିବ। ସତର୍କ ଓ ଭାବିଚିନ୍ତି କାର୍ଯ୍ୟ କରିବା ଦ୍ୱାରା ସାଇବର ଅପରାଧକୁ ପ୍ରତିହତ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ରମାକାନ୍ତ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଜ୍ୟ ଏନ୍‌ଏସ୍‌ଏସ୍‌ର ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜ୍ୟ ଏନ୍‌ଏସ୍‌ଏସ୍‌ ଅଫିସର ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ। ବିଭିନ୍ନ କଲେଜର ୭୦୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button