ମନୋରଞ୍ଜନ

‘ମୁଁ ବଞ୍ଚିବି ବୋଲି ଆଶା ଛାଡ଼ି ଦେଇଥିଲି, କିନ୍ତୁ କର୍କଟକୁ ହରାଇ‌ଦେଲି’: ରୋଜଲିନ୍ ଖାନ୍ – Ibnodisha

[ad_1]

ମୁମ୍ବାଇ: ମଡେଲ୍ ତଥା ଅଭିନେତ୍ରୀ ରୋଜଲିନ୍ ଖାନ୍, ‘ସବିତା ଭବି’ ଭାବରେ ବେଶ ଜଣାଶୁଣା। କିଛିମାସ ପୂର୍ବରୁ ରୋଜଲିନ୍ ଇନଷ୍ଟାରେ ଏକ ଦୁଃଖଦ ଖବର ସେୟାର କରିଥିଲେ। ଏହି ପୋଷ୍ଟରୁ ରୋଜଲିନ୍ ଖାନ୍ ସ୍ତନ କର୍କଟରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ସେବେଠାରୁ ଅଭିନେତ୍ରୀ ଜୀବନ ସହିତ ବଞ୍ଚିବା ପାଇଁ ସଂଘର୍ଷ କରି ଆସୁଥିଲେ। ଖବର ଆସିଛି କି କର୍କଟକୁ ହରାଇ ଜୀବନ ଯୁଦ୍ଧରେ ଜିତି ଯାଇଛନ୍ତି ରୋଜଲିନ୍।

ରୋଜାଲିନ ନିଜେ ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରି ଏବିଷୟରେ ସୂଚନା ଦେବା ସହିତ କେମୋଥେରାପି ଓ ଅସ୍ତ୍ରୋପଚାର ପରେ ପିଠିରେ ପଡ଼ିଯାଇଥିବା ଚିହ୍ନକୁ ଦେଖାଇଛନ୍ତି। ଆଉ କହିଛନ୍ତି, ‘ମୁଁ ବଞ୍ଚିବି କି ନାହିଁ ଜାଣି ନଥିଲି। ତେଣୁ ବଞ୍ଚିବା ଉପରୁ ଆଶା ଛାଡ଼ି ଦେଇଥିଲି। ଶେଷରେ ଭଗବାନ ଓ ଆପଣମାନଙ୍କ ଆର୍ଶୀବାଦ ପାଇଁ କର୍କଟକୁ ହରାଇଛି। ନୂଆ ଜୀବନ ପାଇଛି।’

କର୍କଟ ଚିହ୍ନଟ ହେବାପରେ ରୋଜଲିନ୍ ଗତବର୍ଷ ଏକ ଭାବପ୍ରବଣ ପୋଷ୍ଟ କରିଥିଲେ। ଆଉ ଲେଖିଥିଲେ ଯେ, କଷ୍ଟସାଧ୍ୟ ଲୋକଙ୍କ ଜୀବନ ସହଜ ନୁହେଁ, ମୁଁ କୌଣସି ସ୍ଥାନରେ ଏହା ପଢ଼ିଥିଲି, ବର୍ତ୍ତମାନ ଲାଗୁଛି ଯେ ଏହା ମୋ ଭଳି ଲୋକଙ୍କ ପାଇଁ ଲେଖାଯାଇଛି। ଭଗବାନ ସର୍ବଦା ନିଜର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧା ସହିତ ସବୁଠାରୁ ବିପଜ୍ଜନକ ଯୁଦ୍ଧ କରାନ୍ତି। ଏହା ମୋ ଜୀବନର ଏକ ଅଧ୍ୟାୟ। ଜୀବନର ପ୍ରତ୍ୟେକ ବାଧା ମୋତେ ଅଧିକରୁ ଅଧିକ ଶକ୍ତିଶାଳୀ କରିଛି, ମୁଁ ଆଶା କରୁଛି ଏଥର ମଧ୍ୟ ସମାନ ଘଟଣା ଘଟିବ।’



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button