ମୁମ୍ବାଇର ଗୋରେଗାଓଁ ଅଟ୍ଟାଳିକାରେ ଅଗ୍ନିକାଣ୍ଡ; ୭ ମୃତ, ୪୦ ଆହତ – Ibnodisha

[ad_1]

ମୁମ୍ବାଇ: ଶୁକ୍ରବାର ରାତିରେ ମୁମ୍ବାଇର ଗୋରେଗାଓଁ ଅଞ୍ଚଳର ଗୋଟାଏ କୋଠାଘରେ ନିଆଁ ଲାଗିଯିବାରୁ ଅନ୍ୟୂନ ୭ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆଉ ୪୦ଜଣ ଲୋକ ଆହତ ହୋଇଥିବା କଥା ‘ବିଏମ୍ସି’ କହିଛି।
ସଂଗୃହୀତ ସୂଚନା ଅନୁସାରେ, ରାତି ପ୍ରାୟ ୩ଟା ବେଳେ ଆଜାଦ୍ ମୈଦାନ ନିକଟ ଏମ୍. ଜି. ରୋଡ୍ରେ ଥିବା ‘ଜୟ ଭବାନୀ ଅଟ୍ଟାଳିକା’ରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇବାକ୍ଷଣି ଅଗ୍ନିଶମ ବାହିନୀ ଆସି ହାଜର ହୋଇଯାଇଥିଲେ। ସକାଳ ପ୍ରାୟ ୬.୫୪ ବଳେକୁ ଅଗ୍ନିଶମ ବାହିନୀ ନିଆଁ ଲିଭାଇବାକୁ ସମର୍ଥ ହୋଇଥିଲେ।
ଆହତମାନଙ୍କ ମଧ୍ୟରୁ ୨୫ଜଣଙ୍କୁ ‘ଏଚ୍ବିଟି ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଥିବା ବେଳେ ବାକି ୧୫ଜଣଙ୍କୁ ‘କୁପର୍ ହସ୍ପିଟାଲ୍’ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୮ଜଣ ପୁରୁଷ ଓ ୨୨ଜଣ ହେଉଛନ୍ତି ମହିଳା।

‘ଇଣ୍ଡିଆ ଟୁଡେ’ ରିପୋର୍ଟ ଅନୁସାରେ, ସାତ ମହଲାବିଶିଷ୍ଟ ଏହି ଅଟ୍ଟାଳିକାର ‘ପାର୍କିଙ୍ଗ୍’ସ୍ଥଳରେ ପ୍ରଥମେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ କେତେଗୁଡ଼ିଏ ୨ଚକିଆ ଯାନ ଓ କାର୍ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି।
ସ୍ଥାନୀୟ ବାସିନ୍ଦାମାନେ କହୁଛନ୍ତି ଯେ, ‘ପାର୍କିଙ୍ଗ୍’ସ୍ଥଳରେ ପଡ଼ିଥିବା କପଡ଼ାରେ ନିଆଁ ଲାଗି ସମଗ୍ର ଅଞ୍ଚଳକୁ ବ୍ୟାପୀ ଯାଇଥିଲା। କିନ୍ତୁ, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି।
[ad_2]



