ସିପକ୍ଟାକ୍ରୋ: ମହିଳା ଦଳକୁ ପ୍ରଥମ ପଦକ – Ibnodisha

[ad_1]
ହାଙ୍ଗଝ: ୧୯ତମ ଏସିଆନ୍ ଗେମ୍ସ ମାଧ୍ୟମରେ ଏସିଆଡ୍ରେ ଭାରତୀୟ ମହିଳା ଦଳ ସିପକ୍ଟାକ୍ରୋ ଇଭେଣ୍ଟରେ ପ୍ରଥମ ପଦକ ଜିତିଛି । ଚୀନର ହାଙ୍ଗଝୁଠାରେ ଚାଲିଥିବା ଏହି କ୍ରୀଡାରେ ଶୁକ୍ରବାର ଭାରତ ଶକ୍ତିଶାଳୀ ଥାଇଲାଣ୍ଡଠାରୁ ସେମିଫାଇନାଲରେ ପରାଜିତ ହୋଇଛି । ଏହି ପରାଜୟ ସହ ନିୟମାନୁଯାୟୀ ବ୍ରୋଞ୍ଜ ପଦକ ହାସଲ କରିଛି । ଭାରତୀୟ ମହିଳା ଦଳରେ ଆୟେକପାମ୍ ମାଇପାକ ଦେବୀ, ଓଇନାମ ଚାଓବା ଦେବୀ, ଖୁସ୍ବୁ ଏଲାଙ୍ଗବାମ ପ୍ରିୟା ଦେବୀ ଏବଂ ଏଲାଙ୍ଗବାମ ଲେରେଣ୍ଟୋମ୍ବି ରହିଥିଲେ ।
ସେମିଫାଇନାଲରେ ଭାରତ ୧୦-୨୧ ଓ ୧୩-୨୧ରେ ପରାସ୍ତ ହୋଇଥିଲା । ଭାରତ ନିଜ ଗ୍ରୁପରେ ଭିଏତନାମ ପଛକୁ ଦ୍ୱିତୀୟ ସ୍ଥାନରେ ରହି ସେମିଫାଇନାଲରେ ପ୍ରବେଶ କରିଥିଲା । ଏହି ଇଭେଣ୍ଟରେ ଥାଇଲାଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍ ହୋଇଛି । ଭାରତ ପାଇଁ ଏହା ସମ୍ପୂର୍ଣ୍ଣ ଏସିଆନ୍ ଗେମ୍ସ ଇତିହାସରେ ଏହା ଦ୍ୱିତୀୟ ଏବଂ ମହିଳା ଦଳଗତ ପ୍ରଥମ ପଦକ । ୨୦୧୮ ଜାକର୍ତ୍ତା ଏସିଆଡ୍ରେ ଭାରତୀୟ ପୁରୁଷ ଦଳ ଏହି ଇଭେଣ୍ଟରେ ଦଳଗତ ବ୍ରୋଞ୍ଜ ପଦକ ଜିତିଥିଲା । ବିଶ୍ୱର ଶ୍ରେଷ୍ଠ ଖେଳାଳି ଏବଂ ସେମାନଙ୍କ ବିପକ୍ଷରେ ଖେଳିବା ଆମ ଦଳ ପାଇଁ ଏକ ଚ୍ୟାଲେଞ୍ଜ ଥିଲା ବୋଲି ମ୍ୟାଚ୍ ସମୟରେ ରେଫରିଙ୍କ ସହ ଯୁକ୍ତିତର୍କ କରିଥିବା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେମ ରାଜ କହିଛନ୍ତି । କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଦଳ ଚୀନକୁ ୨-୧ରେ ପରାସ୍ତ କରି ସେମିରେ ପ୍ରବେଶ କରିଥିଲା ।
[ad_2]




