ନବମ ଛାତ୍ରଙ୍କୁ ହାଣିଲେ ଦଶମ ଛାତ୍ର – Ibnodisha

[ad_1]

ବାରିପଦା: ବାରିପଦା ସହର ବାଲିଗଞ୍ଜ ଅଞ୍ଚଳରେ ଏକ ଘରୋଇ ଆବାସିକ ଶିକ୍ଷା ଅନୁଷ୍ଠାନରେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ଭୁଜାଲିରେ ହାଣି ଦେଇଛି ଜଣେ ଦଶମ ଶ୍ରେଣୀ ଛାତ୍ର। ହଣା ଖାଇଥିବା ଛାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲା ଗୋପାଳପୁର ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସ୍କୁଲ ପରିଚାଳକଙ୍କ ସୂଚନା ଅନୁଯାୟୀ; ଆଜି ସନ୍ଧ୍ୟାରେ କୌଣସି କାରଣରୁ ହଷ୍ଟେଲରେ ରହୁଥିବା ଉଭୟ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦଶମ ଶ୍ରେଣୀ ଛାତ୍ରଜଣଙ୍କ ଏକ ଭୁଜାଲିରେ ନବମ ଶ୍ରେଣୀ ଛାତ୍ରଙ୍କୁ ଆକ୍ରମଣ କରିଥିଲା। ଛାତ୍ରଙ୍କ ବେକ, ମୁହଁ, ଛାତି ଓ ପେଟରେ ଭୁଜାଲି ଚୋଟ ବାଜିବାରୁ ଚିତ୍କାର ଶୁଣି ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ତେବେ ଆକ୍ରମଣ କରିଥିବା ଛାତ୍ର ଫେରାର ହୋଇଯାଇଛି। ପୁଲିସ ଡାକ୍ତରଖାନାରେ ପହଞ୍ଚି ଆହତ ଛାତ୍ରଙ୍କ ବୟାନ ରେକର୍ଡ କରିବା ସହ ଘଟଣାର ଛାନ୍ଭିନ୍ ଚଳାଇଛି। ତେବେ ଦଶମ ଶ୍ରେଣୀ ଛାତ୍ରଜଣକ ଭୁଜାଲି କେଉଁଠୁ ଆଣିଲେ, ଉଭୟଙ୍କ ଝଗଡ଼ା ବେଳେ ହଷ୍ଟେଲ କର୍ତ୍ତୃପକ୍ଷ କେଉଁଠି ଥିଲେ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
[ad_2]