ସ୍ୱାମୀ ହତ୍ୟା ମାମଲାରେ ସ୍ତ୍ରୀକୁ ମୃତ୍ୟୁ ଦଣ୍ଡ; ପ୍ରେମିକଙ୍କୁ ଆଜୀବନ କାରାଦଣ୍ଡ – Ibnodisha

[ad_1]
ଲକ୍ଷ୍ନୌ: ବହୁ ଚର୍ଚ୍ଚିତ ଏନଆରଆଇ ସୁଖଜିତ ସିଂହ ହତ୍ୟାକାଣ୍ଡ ଘଟଣାର ପ୍ରକାଶ ପାଇଲା ରାୟ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଖଜିତ ସିଂହଙ୍କ ପତ୍ନୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବା ବେଳେ ହତ୍ୟାରେ ସହଯୋଗ କରିଥିବା ଅପରାଧରେ ମୃତକଙ୍କ ପତ୍ନୀଙ୍କ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୧୬ ମସିହା ସେପ୍ଟେମ୍ବର ୧ ତାରିଖରେ ଉତ୍ତରପ୍ରଦେଶ ଶାହଜହାନପୁରରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ ।
ବ୍ରିଟିଶ ନାଗରିକ ସୁଖଜିତ ସିଂହଙ୍କ ହତ୍ୟା ମାମଲାରେ ରାୟ ଶୁଣାଇଛନ୍ତି ଶାହଜାନପୁର ଅତିରିକ୍ତ ଜିଲ୍ଲା କୋର୍ଟ । ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଖଜିତ ସିଂହଙ୍କ ପତ୍ନୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିବା ବେଳେ ହତ୍ୟାରେ ସହଯୋଗ କରିଥିବା ଅପରାଧରେ ମୃତକଙ୍କ ପତ୍ନୀଙ୍କ ପ୍ରେମିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲା ସ୍ତ୍ରୀ । ପ୍ରତ୍ୟକ୍ଷଦର୍ଶୀ ଭାବେ ୯ ବର୍ଷୀୟ ପୁଅ ସାକ୍ଷ୍ୟ ଆଧାରରେ ଓ ପୋଲିସର ତଦନ୍ତ ଅନୁସାରେ ଏହି ରାୟ ଶୁଣାଇଛନ୍ତି କୋର୍ଟ । ଅକ୍ଟୋବର ୫ରେ ତଥ୍ୟ ପ୍ରମାଣ ଆଧାରରେ ୨ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଶନିବାର ଦଣ୍ଡ ଶୁଣାଇଛନ୍ତି । ମାମଲାକୁ ଅତ୍ୟନ୍ତ ଗମ୍ଭୀର କହିବା ସହ ଜଣକୁ ମୃତ୍ୟୁଦଣ୍ଡାଦେଶ ଓ ଅନ୍ୟଜଣକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଥିଲେ ।
[ad_2]



