ମଦ ନିଶାରେ ସ୍ୱାମୀର ଜୀବନ ନେଲା ସ୍ତ୍ରୀ – Ibnodisha
[ad_1]
ବରଗଡ: ମଦ ନିଶାରେ ମାତାଲ ହୋଇ ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ । ମଦ ପିଇ ନିଶା ଚଢିବା ପରେ ଦମ୍ପତିଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ନିଶାସକ୍ତ ଅବସ୍ଥାରେ ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ । ଏଭଳି ହତ୍ୟାକାଣ୍ଡ ଘଟିଛି ବରଗଡ଼ ସହର ସ୍ଥିତ ୧୬ ନମ୍ବର ୱାର୍ଡ଼ ଡେମ କଲୋନୀ ଠାରେ। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ୫୫ ବର୍ଷୀୟ ବୁଲୁ ବାରିକ । ବରଗଡ଼ ଡେମ କଲୋନୀ ଠାରେ ବୁଲୁ ବାରିକଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହାପରେ ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରି ମୃତ ବ୍ୟକ୍ତିଙ୍କ ସ୍ତ୍ରୀ ଜ୍ୟୋତି ବାରିକଙ୍କୁ ପଚରାଉଚୁରା କରିଥିଲା ପୋଲିସ । ମୃତକଙ୍କ ସ୍ତ୍ରୀ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଉଭୟ ଶୋଇ ପଡିଥିଲେ । ମାତ୍ର ହତ୍ୟା ବିଷୟରେ ସେ କିଛି ଜାଣିନଥିବା ପୋଲିସକୁ ମହିଳା ଜଣକ କହିଥିଲେ ।
ତେବେ ଅଧିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ସମୟରେ ସ୍ତ୍ରୀର ଆକ୍ରମଣରେ ସ୍ୱାମୀର ମୃତ୍ୟୁ ହୋଇଥିବା ନେଇ ପୋଲିସ ସନ୍ଦେହ କରି ଜ୍ୟୋତି ବାରିକକୁ ଅଟକ ରଖି ଜେରା କରାଯାଇଥିଲା । ପରେ ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ସ୍ୱାମୀକୁ ମାଡ଼ ମାରିଥିବା ଜଣାଇଥିଲେ । ମାଡରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି ପୋଲିସ ଅନୁମାନ କରୁଛି ଏବଂ ମହିଳା ଜଣଙ୍କୁ ଗିରଫ କରିଛି । ବୁଲୁ ବାରିକ ପ୍ରଥମେ ଜ୍ୟୋତିଙ୍କୁ ଆକ୍ରମଣ କରିଥିବା ସେ ପୋଲିସକୁ କହିଥିଲେ । ବୁଲୁର ମୃତଦେହକୁ ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଗତ ସେପ୍ଟେମ୍ବର ମାସରେ ମୟୂରଭଞ୍ଜରେ ସ୍ତ୍ରୀକୁ ତାର ସ୍ୱାମୀ ହତ୍ୟା କରି ଜଙ୍ଗଲରେ ଫୋପାଡି ଦେଇଥିବା ଖବର ସାମ୍ନାକୁ ଆସିଥିଲା । ଅନ୍ୟ ଏକ ଝିଅର ପ୍ରେମରେ ପଡି ନିଜ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ବିଶିପୁର ଗ୍ରାମରେ ଏହି ଘଟଣା ଘଟିଥିଲା ।
[ad_2]