ଅପରାଧ

ସ୍ତ୍ରୀକୁ ମାରି ଫିଙ୍ଗି ଦେଲା ସୈତାନ ସ୍ବାମୀ, ପରେ ଥାନାରେ କଲା ଆତ୍ମସମର୍ପଣ – Ibnodisha

[ad_1]

ବାସୁଦେବପୁର : ସ୍ତ୍ରୀକୁ ମାରି ରାସ୍ତାକଡ଼କୁ ଫିଙ୍ଗିଦେଲା ସ୍ବାମୀ। ହତ୍ୟା ପରେ ଥାନାରେ ପହଞ୍ଚି ନିଜ ଦୋଷ ସ୍ବୀକାର କଲା ଅଭିଯୁକ୍ତ। ଭଦ୍ରକ ଜିଲ୍ଲା ବାସୁଦେବପୁର ବିନାୟକପୁର ଛକ ବଡ଼ପଦା ନିକଟରୁ ମୃତଦେହ ଉଦ୍ଧାର। ଆଜି ସକାଳେ ବୁଦା ମୂଳରେ ମୃତଦେହ ପଡିଥିବା ଦେଖି ଗାଁଲୋକେ ପୋଲିସକୁ ଖବର ଦେଇଥିଲେ । ମୃତକ ହେଉଛନ୍ତି ବିନାୟକପୁର ଗାଁର ଦିବାକର ବେହେରାଙ୍କ ଝିଅ ରାଧାରାଣୀ।କିଛି ବର୍ଷ ତଳେ ରାଧାରାଣୀ ସେହି ଗାଁର ଭଗବାନ ବେହେରାଙ୍କ ପୁଅ ଦିପୁ ବେହେରାଙ୍କୁ ଭଲ ପାଇ ବିବାବହ କରିଥିଲେ। ସେମାନଙ୍କର ବର୍ଷକର ଶିଶୁ କନ୍ୟା ରହିଛି। ବିବାହ ପରେ ସ୍ବାମୀ ଓ ସ୍ତ୍ରୀ ବାହାର ରାଜ୍ୟକୁ କାମ କରିବା ପାଇଁ ପଳାଇଯାଇଥିଲେ। ଗତକାଲି ଦୁଇ ଜଣ ଘରକୁ ଫେରୁଛନ୍ତି ବୋଲି ରାଧାରାଣୀ ନିଜ ବାପାକୁ ଫୋନ ଯୋଗେ ଜଣାଇଥିଲେ। ହେଲେ ଆଜି ସକାଳେ ରାସ୍ତା କଡରେ ଝିଅର ମୃତ ଦେହ ପଡିଥିବା ଖବର ପାଇଥିଲେ ଦିବାକର ବେହେରା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପରେ ସ୍ବାମୀ ଦିପୁ ଥାନାରେ ପହଞ୍ଚି ସ୍ତ୍ରୀ ରାଧାରାଣୀଙ୍କୁ ହତ୍ୟା କରି ଫିଙ୍ଗି ଦେଇତିବା ସ୍ବୀକାର କରିଥିଲା। ତେବେ କଣ ପାଇଁ ସ୍ତ୍ରୀକୁ ହତ୍ୟା କଲା ସେନେଇ ସ୍ବାମୀକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button