ଅପରାଧ

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ – Ibnodisha

[ad_1]

ଭୁବନେଶ୍ବର: କେନ୍ଦୁଝର ସ୍ବତନ୍ତ୍ର ଅଦାଲତର ବିଚାରପତି ବିଜୟ କୁମାର ମିଶ୍ର ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀ ତୁରୁମୁଙ୍ଗା ଥାନା ନୂଆଖମଣ ଗ୍ରାମର ଭୋଳେଶ୍ୱର ମୁଣ୍ଡା (୩୨)କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌ଦଣ୍ଡ ପାଇଁ ରାୟରେ ଦର୍ଶାଯାଇଛି। ୨୦୨୧ ସେପ୍ଟେମ୍ବର ୨୦ ତାରିଖ ରାତିରେ ଜଣେ ନାବାଳିକା ପାଇଖାନାକୁ ଯାଇଥିବା ସମୟରେ ଅଭିଯୁକ୍ତ ତାଙ୍କୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ନାବାଳିକା ପାଟି କରିବାରୁ ତାଙ୍କ ପରିବାର ଲୋକେ ଦୌଡ଼ି ଆସି ଅଭିଯୁକ୍ତକୁ ଭୋଳେଶ୍ବରକୁ କାବୁ କରିଥିଲେ। ପରଦିନ ଗ୍ରାମସଭାରେ ଭୋଳେଶ୍ବର ନିଜ ଦୋଷ ସ୍ୱୀକାର କରିଥିଲା। ଏନେଇ ନାବାଳିକା ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଥିଲେ। ପୁଲିସ କେସ୍‌ ନମ୍ବର ୧୦୮/୨୦୨୧ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୭ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି କୋର୍ଟ ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button