୮ ବର୍ଷର ନାବାଳିକାକୁ ନାବାଳକର ଦୁଷ୍କର୍ମ ଅଭିଯୋଗ – Ibnodisha

[ad_1]
ଭୁବନେଶ୍ବର: ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳରେ ଏକ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୁକ୍ତ ବି ନାବାଳକ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ପୀଡ଼ିତାର ବାପା ଗତ ରଥଯାତ୍ରା ସମୟରେ ପ୍ରାଣ ହରାଇଥିଲେ। ଝିଅଟି ବିଧବା ମା ପାଖରେ ରହୁଥିଲା। ଗରିବ ମା’ କୁଲି ମଜୁରି କରୁଥିବାବେଳେ ସେଥିରେ ଯାହା ମିଳୁଥିଲା ମା’ଝିଅ ଚଳୁଥିଲେ। ଆଜି ସକାଳେ ମା କୁଲି ମଜୁରି କରିବାକୁ ବାହାରି ଯାଇଥିବାବେଳେ ଝିଅଟି ଘରେ ଏକା ଥିଲା। ଏହି ସମୟରେ ଝିଅକୁ ପଡ଼ୋଶୀ ଘରର ଜଣେ ବାଳକ ଦୁଷ୍କର୍ମ କରୁଥିବା ବଡ଼ମା ଦେଖି ପୀଡ଼ିତାର ମାକୁ ଖବର ଦେଇଥିଲେ।
ମା’ କାମ ଛାଡ଼ି ଘରକୁ ଆସି ଝିଅକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ଝିଅର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। ଘଟଣା ପରେ ଅଭିଯୁକ୍ତ ବାଳକର ବାପା ଥାନାକୁ ନ ଯିବାକୁ ଧମକଚମକ ଦେଉଥିବା ପୀଡ଼ିତାର ମା ଅଭିଯୋଗ କରିଛନ୍ତି। ଖବର ପାଇ ଟାଉନ ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚିଛି। ମା ଓ ଝିଅ ଡାକ୍ତରଖାନାରେ ଥିବାରୁ ଥାନାରେ ଏଯାଏ ଅଭିଯୋଗ ହୋଇନାହିଁ।
[ad_2]