ରାଜନୀତି

ବିଜେବି କଲେଜ ଗୋଷ୍ଠୀ ସଂଘର୍ଷ ମାମଲା: ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବିକଲା ଏବିଭିପି – Ibnodisha

[ad_1]

ଭୁୁବନେଶ୍ୱର: ବିଜେବି କଲେଜରେ ଛାତ୍ରଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କର। ନଚେତ୍‌ ରାଜ୍ୟର ୩୫୦ କ୍ୟାମ୍ପସରେ ଛାତ୍ର ଆନ୍ଦୋଳନ କରାଯିବ। ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ସାମ୍ବାଦିକ ସମ୍ମିଳନୀ କରି ଏଭଳି ଚେତାବନୀ ଦେଇଛି। ଏବିଭିପିର ରାଜ୍ୟ ସମ୍ପାଦକ ଅରିଜିତ୍‌ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଏବିଭିପି ପକ୍ଷରୁ ସାରା ରାଜ୍ୟରେ କ୍ୟାମ୍ପସ୍‌ ୟୁନିଟ୍‌ ଗଠନ କରାଯାଉଛି। ହଜାର ହଜାର ବିଦ୍ୟାର୍ଥୀ ଏଥିରେ ଯୋଗ ଦେଉଛନ୍ତି। ତେଣୁ ବିଜୁ ଛାତ୍ର ଜନତା ଦଳ ଚିନ୍ତାରେ ପଡ଼ି ବିଭିନ୍ନ କ୍ୟାମ୍ପସରେ ଗୁଣ୍ଡାଗିରି କରୁଛି। ବିଜେବି କଲେଜର ସ୍ବୟଂଶାସିତ ମାନ୍ୟତା କଟିବା ଘଟଣା ସମସ୍ତେ ଜାଣି ସାରିଲେଣି। ମାନ୍ୟତା କଟିଥିଲେ ବି ନାକ୍‌ ପାଇଁ କଲେଜ ଦରଖାସ୍ତଟିଏ‌ ଦେଇନାହିଁ। କଲେଜରେ ଖୋଲାଖୋଲି ନିଶା କାରବାର ହେଉଛି। ଗଞ୍ଜେଇ, ମଦ, ବ୍ରାଉନସୁଗାର ଭଳି ମାରାତ୍ମକ ନିଶା କବଳରେ ବିଦ୍ୟାର୍ଥୀଙ୍କୁ ପକାଯାଉଛି।
ଏଠାରେ ବାରମ୍ବାର ବିଶୃଙ୍ଖଳା ହେଉଥିଲେ ହେଁ ସିସିଟିଭି ଲଗା ଯାଉନାହିଁ। ଏହିସବୁ ଘଟଣାରୁ ନଜର ହଟାଇବା ପାଇଁ ଗତକାଲି ରୋହନ ବେହୁରିଆ, ଶାଶ୍ବତ ପଣ୍ଡା, ପଙ୍କଜ ପ୍ରଧାନ ଓ ସୌମ୍ୟ ରଂଜନ ବେହେରାଙ୍କ ଉପରେ ରକ୍ତାକ୍ତ ଆକ୍ରମଣ କରା ଯାଇଥିଲା। ବଡ଼ଗଡ଼ ଥାନାରେ ଅଭିଯୋଗ ଦେବା ପରେ ବି ପୁଲିସ ଟାଳଟୁଳ ନୀତି ଗ୍ରହଣ କରିଥିଲା। ଗତକାଲି ସନ୍ଧ୍ୟାରେ ଏବିଭିପିର ରାଜ୍ୟ ନେତୃବୃନ୍ଦଙ୍କ ସମେତ ଶତାଧିକ ଛାତ୍ର ଥାନା ଘେରାଉ କରିବା ପରେ ହିଁ ମାମଲା ରୁଜୁ ହୋଇଥିଲା। କିନ୍ତୁ ଏଯାଏଁ ମୁଖ୍ୟ ଅଭି‌ଯୁକ୍ତମାନଙ୍କୁ ପୁଲିସ ଖୋଲା ଛାଡ଼ି ଦେଇଛି। ମୁଖ୍ୟମନ୍ତ୍ରୀ ଏହି ସବୁ ବିଷୟରେ ହ‌ସ୍ତକ୍ଷେପ କରନ୍ତୁ ବୋଲି ଏବିଭିପି ଦାବି କରିଛି। ଏଥିସହ କିଛି ଛାତ୍ର କ୍ୟାମ୍ପସରେ ମଦ ପିଇବାର ଫଟୋ ଓ ଭିଡ଼ିଓ ସାମ୍ବାଦିକମାନଙ୍କ ଆଗରେ ଉପସ୍ଥାପନ କରାଯାଇଥିଲା। ସେମାନେ ଏହି ଆକ୍ରମଣର ଘଟଣାର ଅଭିଯୁକ୍ତ ବୋଲି ଏବିଭିପି ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆକ୍ରମଣରେ ଆହତ ହୋଇଥିବା ଉପରୋକ୍ତ ୪ ଛାତ୍ରଙ୍କ ସହିତ ଏବିଭିପି ରାଜ୍ୟ ଗଣମାଧ୍ୟମ ସଂଯୋଜକ ବିଶ୍ବଜିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button