ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଅଭିଯାନରେ ନେତା ଓ କର୍ମୀ ସମ୍ପର୍କର ନମୁନା ହେଲେ ହାର ପ୍ରଧାନ ।
IBNଓଡିଶା (ବ୍ୟୁରୋ)ଧର୍ମଶାଳା,ଯାଜପୁର,: ସାଧାରଣ ଲୋକେ ତଥା କର୍ମୀମାନେ ନିଷ୍ଠାପର ଓ ସଚ୍ଚୋଟ ହେଲେ ଭଲ ନେତା ନିଶ୍ଚୟ ସୃଷ୍ଟି ହେବେ ଏବଂ ଦୁର୍ନିତିଗ୍ରସ୍ତ ଅପାରଗ ନେତା ରାଜନୀତିରୁ ବିଦା ହେବେ । କେବଳ ନେତା କାହିଁକି କର୍ମୀମାନେ ମଧ୍ୟ ଦିନକୁ ଦିନ ଲାଭ ଓ ଲୋଭର ବଶବର୍ତ୍ତି ହୋଇ ପଡୁଛନ୍ତି । ସେଥିପାଇଁ ଅର୍ଥ ଏବଂ ଅନ୍ୟାନ୍ୟ ଲୋଭ ବିନା କର୍ମୀ କୌଣସି ସଭା ସମିତିରେ ଯୋଗଦେବା ଅସମ୍ବବ ହୋଇ ପଡୁଛି । ହେଲେ କର୍ମୀ ଓ ନେତାର ଭାବଗତ ସମ୍ପର୍କ ନିକଟ ଅତୀତରେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ସାହାଣିଢିହ ପଂଚାୟତର କଠୌଣୀ ନିକଟରେ ହୋଇଥିବା ଏକ ସଭାରେ ଦେଖିବାକୁ ମିଳିଥିଲା । ବିନା ଅର୍ଥରେ ପ୍ରାୟ ଦେଢ ହଜାର କର୍ମୀ ଏକାଠି ହେବା ସହ ବିଜୁବାବୁଙ୍କୁ ଗୋଟିଏ ରଥରେ ବସାଇ ଶୋଭାଯାତ୍ରା କରିଥିଲେ । ଏହା ଭିତରେ ସବୁଠାରୁ ଆକର୍ଷଣର କେନ୍ଦ୍ର ଥିଲେ ଜେନାପୁର ପଣସପଡିଆର ୭୦ ବର୍ଷିୟା ବୃଦ୍ଧା ହାର ପ୍ରଧାନ । ବାଦ୍ଧକ୍ୟ ଏବଂ ଅଭାବର ଦାଉରେ ହାର ପ୍ରଧାନଙ୍କ ଭାରାକ୍ରାନ୍ତ । ଅତ୍ୟନ୍ତ ଦୁର୍ବଳ ସ୍ୱାସ୍ଥ୍ୟ । ଏହାପରେ ବି ହାର କିନ୍ତୁ ନିଜର ନେତା ପ୍ରତି ଆନୁଗତ୍ୟ ଦେଖାଇବାରେ ଅବହେଳା କରି ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙ୍କ ଡାକରାରେ ହୋଇଥିବା ଏହି ସଭାରେ ହାର ଦୀର୍ଘପଥ ଚାଲି ଚାଲି ଯୋଗ ଦେଇଥିଲେ । ହାରଙ୍କ ପରି ବହୁ ସଂଖ୍ୟାରେ ମହିଳା ଏହି ସଭାରେ ଧାନବିଲ ରାସ୍ତାରେ ଚାଲି ଚାଲି ଆସି ସଭାସ୍ଥଳରେ ପହଂଚି ଥିଲେ । ହେଲେ ହାରଙ୍କ ବୟସ ଏବଂ ଦୁର୍ବଳ ସ୍ୱାସ୍ଥ୍ୟର ବୋଝରେ ବି ତାଙ୍କର ନେତା ପ୍ରତି ଥିବା ଅଙ୍ଗିକାର ବଦ୍ଧତା ଏବଂ ନିବିଡତା ତଥା ଆପଣା ପଣିଆ ରାଜନୀତିରେ ନେତା ଓ କର୍ମୀ ଭିତରେ ଥିବା ଆନ୍ତରିକତାର ସଂକେତ ହେଉଥିଲା । କର୍ମୀ ମଧ୍ୟରେ ଥିବା ନିଷ୍ଠାର ନିଦର୍ଶନ ହେଉଥିଲା । ହାର କେବଳ ଏହି ସଭାରେ ଯୋଗ ଦିଏନାହିଁ । ଦଃୁସ୍ଥ ଓ ଅବହେଳିତବର୍ଗର ସ୍ୱାର୍ଥରକ୍ଷା ପାଇଁ ସତୀଶଙ୍କ ବିଭିନ୍ନ ସଭାରେ ହାର ଯୋଗ ଦେଇଥାଏ । କିଛି ଦୂରରେ ବସି ସବୁ ଭାଷଣ ଶୁଣେ । ସମାଜର ବାସ୍ତବିକ ବିକାଶ ପାଇଁ ସେବା ଓ ନିଷ୍ଠାପର ନେତାଙ୍କ ଉତଥାନ ପାଇଁ କାମନା କରି ହାର ଫେରିଯାଏ ।
ରାଜନୀତିର ପ୍ରଥମ ମୂଳ ଆଧାର ହେଉଛି ସେବା । ଲୋକଙ୍କ ସମସ୍ୟାର ସମାଧାନ ଏବଂ ସମାଜର ଅବହେଳିତଙ୍କୁ ନ୍ୟାୟ ଏବଂ ସେମାନଙ୍କ ହକ ପ୍ରଦାନ ହେଉଛି ଜଣେ ରାଜନେତାର ପ୍ରଥମ କର୍ତ୍ତବ୍ୟ । ନେତାର ଦକ୍ଷତା, ଯୋଗ୍ୟତାର ପରିଭାଷା ପରିବର୍ତ୍ତିତ ପରିସ୍ଥିତିରେ ଯେତେ ବଦଳି ଗଲେ ବି ସେବାକୁ ମୂଳ ଆଧାର କରି ଏବେ ବି କେତେକ ନେତା ନିଜର ସାଧନାକୁ ବଳବତ୍ତର କରି ଚାଲିଛନ୍ତି । ସମାଜର ଦଃୁସ୍ଥ ଏବଂ ଅବହେଳିତବର୍ଗର ସ୍ୱାର୍ଥରକ୍ଷା ପାଇଁ ଅହରହ କାର୍ଯ୍ୟ କରୁଥିବା ସେହିଭଳି ଜଣେ ନେତାଙ୍କ ସହ ଏକ ସଭାରେ ଏକ ଅନ୍ତରଙ୍ଗ ମୁହୁର୍ତ୍ତ ଦେଖିବାକୁ ମିଳିଥିଲା । ୭୦ ବର୍ଷ ବୟସରେ ଚାଲିବାକୁ ଶକ୍ତି ନଥିଲେ ବି ଜଣେ ଅସହାୟ ଗରୀବ ବୃଦ୍ଧା ନିଜର ନେତାଙ୍କୁ ସଭା ପରେ କୁଣ୍ଡାଇ ଧରି ଆର୍ଶିୀବାଦ ଢାଳି ଦେବାର ଦୃଶ୍ୟ ମଧ୍ୟ କିଛି ସମୟ ପାଇଁ ଭାବାବେଗ ପରିସ୍ଥିତି ସୃଷ୍ଟି କରିଥିଲା । ସେବା ନିକଟରେ କ୍ଷମତା ଓ ପ୍ରତିପତ୍ତି ମୂଲ୍ୟହୀନ । ଓଡିଶା ରାଜ୍ୟର ଜନପ୍ରୀୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକଥାଟି ବାରମ୍ବାର ଗୁରୁତ୍ୱ ଦେଇଛନ୍ତି । ଦଳୀୟ କର୍ମୀଙ୍କ ଠାରୁ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମାଜର ଅବହେଳିତ ବର୍ଗର ସେବା ଏବଂ ଦଃୁଖି ମଣିଷଙ୍କ ସମସ୍ୟାର ସମାଧାନ ପାଇଁ ଆହ୍ୱାନ ଦେଇଛନ୍ତି । ରାଜନେତା ମାନେ ପ୍ରଥମେ ସେବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କଲେ ଗରୀବ, ଦଃୁସ୍ଥ ମଣିଷ ମାନଙ୍କ ଦଃୁଖ ଦୂର ହେବା ସହ ନେତା ମାନେ କ୍ଷମତାରେ ନରହି ମଧ୍ୟ ଲୋକଙ୍କ ହୃଦୟର ନେତା ହୋଇପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।