ରାଜନୀତି

ପ୍ରଧାନମନ୍ତ୍ରୀଙ୍କ ଘରକୁ ଆସିଲା ନୂଆ ଅତିଥି, ନାମକରଣ କରିବା ପରେ କୋଳରେ ବସାଇ ଖେଳିଲେ ମୋଦି : ଭିଡିଓ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରକୁ ଆସିଲା ନୂଆ ଅତିଥି । ଆଉ ନୂଆ ଅତିଥିଙ୍କ ନାମକରଣ ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏହି ଅତିଥି କୌଣସି ବ୍ୟକ୍ତି ନୁହେଁ ବରଂ ଛୋଟ ବାଛୁରୀ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ମୋଦି ସେୟାର କରିଥିବା ୪୨ ସେକେଣ୍ଡର ଭିଡିଓରେ ମୋଦିଙ୍କ ସରକାରୀ ବାସଭବନରେ ନୂଆ ଅତିଥି ପହଞ୍ଚିଛି ।

ଏଥିରେ ପ୍ରଧାନମନ୍ତ୍ରୀ ବାଛୁରୀକୁ କୋଳରେ ଧରି ତା’ ସହିତ ଖେଳୁଥିବାର ନଜର ମଧ୍ୟ ଆସିଛନ୍ତି । ଏହାକୁ ନେଇ ମୋଦି ଲେଖିଛନ୍ତି, ଆମ ଶାସ୍ତ୍ରରେ କୁହାଯାଇଛି… ଗାଓ୍ଵଃ ସର୍ବସୁଖ ପ୍ରଦାଃ.. ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ଆବାସରେ ପରିବାରରେ ନୂଆ ସଦସ୍ୟଙ୍କୁ ଶୁଭ ଆଗମନ ।

 

Related Articles

Leave a Reply

Your email address will not be published. Required fields are marked *

Back to top button