ଖେଳ

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଙ୍ଗ୍‌ କରୁଛି ପାକିସ୍ତାନ – Ibnodisha

[ad_1]

ବେଙ୍ଗାଲୁରୁ : ଆଜି ବେଙ୍ଗାଲୁରୁର ‘ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌’ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ପାକିସ୍ତାନ ଟିମ୍‌ର ଅଧିନାୟକ ବାବାର ଆଜମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଦ୍ୟତମ ସୂଚନା ଅନୁସାରେ, ୪ ଓଭର୍‌ ଓ ୨ଟି ବଲ୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ଅଷ୍ଟ୍ରେଲିଆ ୨୨ ରନ୍‌ ସଂଗ୍ରହ କରିଛି। ‘ଟସ୍‌’ ଜିଣିବା ପରେ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ୍‌ କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍‌ କରିବୁ। ବାସ୍ତବରେ ପିଚ୍‌ ଖୁବ୍‌ ଭଲ। ଆଗରୁ ଆମେ ଦୁଇଟି ସେସନ୍‌ ଖେଳିଛୁ। ଭଲ ଖେଳିବୁ ବୋଲି ଆଶା। ବ୍ୟାଟିଙ୍ଗ୍‌ରେ ଭଲ କରିବା ଆବଶ୍ୟକ। ଆମେ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବୁ। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ କହିଛନ୍ତି, ଆମେ ମଧ୍ୟ ପ୍ରଥମେ ବୋଲିଙ୍ଗ୍‌ କରିଥାଆନ୍ତୁ। ଆମ ଖେଳାଳିମାନେ ଭଲ ଖେଳିବେ। ଲଙ୍କା ବିପକ୍ଷରେ ଯେମିତି ଖେଳିଥିଲୁ ସେମିତି ଖେଳିବୁ। ଆଜି ପାକିସ୍ତାନ ଏକାଦଶରେ ଖେଳୁଛନ୍ତି, ଅବ୍ଦୁଲ୍ଲା ଶଫିକ୍‌, ଇମାମ୍‌-ଉଲ୍‌-ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ୍‌ ରିଜ୍‌ୱାନ୍‌ (ୱିକେଟ୍‌ରକ୍ଷକ), ସୌଦ ଶକୀଲ, ଇଫ୍‌ତିକର୍‌ ଅହମଦ୍‌, ମହମ୍ମଦ ନୱାଜ, ଉସ୍‌ମା ମିର୍‌, ହସନ୍‌ ଅଲି, ଶାହୀନ୍‌ ଆଫ୍ରିଦି ଓ ହାରିସ୍‌ ରୌଫ୍‌। ସେହିପରି ଅଷ୍ଟ୍ରେଲିଆ ଏକାଦଶରେ ଖେଳୁଛନ୍ତି, ମିସେଲ୍‌ ମାର୍ସ, ଷ୍ଟିଭେନ୍‌ ସ୍ମିଥ୍, ମାର୍ଣ୍ଣସ୍‌ ଲାବୁସେନ୍‌, ଜୋସ୍‌ ଇଙ୍ଗ୍‌ଲିସ୍‌ (ୱିକେଟ୍‌ ରକ୍ଷକ), ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ମାର୍କସ୍‌ ଷ୍ଟୋଇନିସ୍‌, ପ୍ୟାଟ୍‌ କ୍ୟୁମିନ୍ସ୍‌ (ଅଧିନାୟକ), ମିସେଲ୍‌ ଷ୍ଟାର୍କ, ଆଦାମ ଜାମ୍ପା ଓ ଜୋସ୍‌ ହେଜେଲ୍‌ଉଡ୍‌।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button