ଡବ୍ଲ୍ୟୁଏଫ୍ଆଇର ବଡ଼ ନିଷ୍ପତ୍ତି; ଟ୍ରାଏଲ୍ ପାଇଁ ବଜରଙ୍ଗ-ବିନେଶ ଓ ସାକ୍ଷୀଙ୍କୁ ଆମନ୍ତ୍ରଣ – Ibnodisha
[ad_1]
ନୂଆଦିଲ୍ଲୀ: ଭାରତୀୟ କୁସ୍ତିତ ସଂଘ (ଡବ୍ଲ୍ୟୁଏଫ୍ଆଇ) ଏକ ବଡ଼ ନିଷ୍ପତ୍ତିକ୍ରମେ ଆନ୍ଦୋଳନକାରୀ ତିନି ପହେଲମାନ ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଏବଂ ସନ୍ନ୍ୟାସ ଘୋଷଣା କରିସାରିଥିବା ସାକ୍ଷୀ ମଲିକ୍ଙ୍କୁ ଟ୍ରାଏଲ୍ ପାଇଁ ଆମନ୍ତ୍ରଣ କରିଛି । କିର୍ଗିଜସ୍ତାନରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ କ୍ୱାଲିଫାୟର୍ ସହିତ ଏସିଆର ଦୁଇଟି ଶୀର୍ଷ ଟୁର୍ଣ୍ଣାମେଣ୍ଟ୍ ପାଇଁ ମାର୍ଚ୍ଚରେ ଟ୍ରାଏଲ୍ ଆୟୋଜିତ ହେବ । ଏହି ତିନି ପହେଲମାନଙ୍କ ଟ୍ରାଏଲ୍ ବହୁ ମହତ୍ତ୍ୱପୂର୍ଣ୍ଣ । ତେଣୁ ତିନିଜଣଙ୍କୁ ଟ୍ରାଏଲ୍ରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରାଯାଇଛି ।
ଏହା ପୂର୍ବରୁ ବିଶ୍ୱ କୁସ୍ତିର ସର୍ବୋଚ୍ଚ ସଂସ୍ଥା ୟୁନାଇଟେଡ୍ ରେସ୍ଲିଂ ଡବ୍ଲ୍ୟୁଏଫ୍ଆଇ ଉପରୁ ନିଲମ୍ବନ ହଟାଇବା ସମୟରେ ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରିଥିବା ପହେଲମାନଙ୍କ ସହ ଭେଦଭାବପୂର୍ଣ୍ଣ ବ୍ୟବହାର ନଆପଣାଇବାକୁ ସର୍ତ୍ତ ରଖିଥିଲା । ସୂଚନାଯୋଗ୍ୟ, କିର୍ଗିଜସ୍ତାନର ବିଶ୍କେକ୍ରେ ଏପ୍ରିଲ୍ ୧୧ରୁ ୧୬ ପର୍ଯ୍ୟନ୍ତ ସିନିୟର୍ ଏସୀୟ କୁସ୍ତି ଚାମ୍ପିଅନ୍ଶିପ୍ ଏବଂ ଏପ୍ରିଲ୍ ୧୯ରୁ ୨୧ ପର୍ଯ୍ୟନ୍ତ ସମାନ ଭେନ୍ୟୁରେ ଏସିଆନ୍ ଅଲିମ୍ପିକ୍ କ୍ୱାଲିଫାୟର୍ ଟୁର୍ଣ୍ଣାମେଣ୍ଟ୍ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟ୍ଗୁଡ଼ିକ ପାଇଁ ଟିମ୍ ଚୟନ ନିମନ୍ତେ ଜାତୀୟ ଟ୍ରାଏଲ୍ ମାର୍ଚ୍ଚ ୧୦ ଓ ୧୧ ତାରିଖରେ କେଡି ଯାଦବ ଇନ୍ଡୋର ଷ୍ଟାଡିୟମ୍ର ଆଇଜି ସ୍ପୋର୍ଟ୍ସ କମ୍ପେ୍ଲକ୍ସ ପରିସରରେ ଆୟୋଜିତ ହେବ । ଏ ନିମନ୍ତେ ସଂଘ ସଭାପତି ସଞ୍ଜୟ ସିଂହ ସଂଘର ସମସ୍ତ ମାନ୍ୟତାପ୍ରାପ୍ତ ୟୁନିଟ୍କୁ ସୂଚନା ପ୍ରଦାନ କରିସାରିଛନ୍ତି ।
[ad_2]