ରାଜ୍ୟ
ଯୁଦ୍ଧକୁ ନେଇ ଇସ୍ରାଏଲକୁ ସତର୍କ କରାଇଲେ ବାରାକ୍ ଓବାମା – Ibnodisha

[ad_1]
ୱାଶିଂଟନ: ଇସ୍ରାଏଲ ଓ ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହାମାସ ମଧ୍ୟରେ ଯୁଦ୍ଧ ତୀବ୍ର ହେବାରେ ଲାଗିଛି। ଏହି ଯୁଦ୍ଧ ଉପରେ ସାରା ବିଶ୍ୱର ନଜର ରହିଛି । ଗାଜା ଉପରେ ଇସ୍ରାଏଲ ପ୍ରବଳ ବୋମାମାଡ କରିଚାଲିଛି । ତେବେ ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଇସ୍ରାଏଲକୁ ସତର୍କ କରାଇଦେଇଛନ୍ତି ।
ଓବାମା ଚେତାବନୀ ଦେଇଛନ୍ତି ଯେ ସାଧାରଣ ଜନତାଙ୍କୁ ଅଣଦେଖା କରୁଥିବା ଇସ୍ରାଏଲର କୌଣସି ରଣନୀତି ଓଲଟା ପଡ଼ିପାରେ ।ସେ କହିଛନ୍ତି ଯେ ହମାସ ବିରୋଧରେ ଯୁଦ୍ଧରେ ଇସ୍ରାଏଲର କେତେକ କାର୍ଯ୍ୟକଳାପ ଯେପରିକି ଯଥା ଗାଜାକୁ ଖାଦ୍ୟ ଏବଂ ଜଳ ସଂଯୋଗ କାଟିବା ପାଲେଷ୍ଟାଇନର ମନୋଭାବକୁ ପରିବର୍ତ୍ତନ କରିପାରେ ଏବଂ ଏହାକୁ କଠୋର କରିପାରେ ।
[ad_2]




