ଦେଶ

ପାଖରେ ନଥିଲା ଟଙ୍କା, ଭଙ୍ଗା ସାଇକେଲରେ କଲେଜ ଯାଉଥିଲେ ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ – Ibnodisha

[ad_1]

ବ୍ୟୁରୋ : ଇସ୍ରୋ ମୁଖ୍ୟ ଏସ୍‌. ସୋମନାଥ ଙ୍କୁ କିଏ ବା ନଜାଣେ । ଭାରତ ଆଜି ସମଗ୍ର ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିବାର ପ୍ରମୁଖ କାରଣ ହେଉଛନ୍ତି ଏସ୍‌. ସୋମନାଥ । ଚନ୍ଦ୍ରରେ ଭାରତକୁ ପହଞ୍ଚାଇ ଆଜି ନିଜର ଭିନ୍ନ ପରିଚୟ ସୃଷ୍ଟି କରି ପାରିଛନ୍ତି ଏସ୍‌. ସୋମନାଥ । ତାଙ୍କ ନେତୃତ୍ୱରେ ଭାରତର ସୌର ମିଶନ ଆଦିତ୍ୟ ଏଲ -୧ ମଧ୍ୟ ସଫଳତାର ସହ ଲଞ୍ଚ କରାଯାଇଛି । ଏହି ଦୁଇଟି ପ୍ରୋଜେକ୍ଟର ମୂଲ୍ୟ କୋଟି କୋଟି ଟଙ୍କା । କିନ୍ତୁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମୁଖ୍ୟ ଏସ୍. ସୋମନାଥ ଏହି ସଫଳତା ହାସଲ କରିବା ପାଇଁ କେତେ ସଂଘର୍ଷ କରିଛନ୍ତି ତାହା ହୁଏତ ଖୁବ କମ ଲୋକଙ୍କୁ ହିଁ ଜଣା । ତାଙ୍କ ସଂଘର୍ଷ ଭରା କାହାଣୀ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେ ଗୋଟିଏ ଗୋଟିଏ ଟଙ୍କା ବଞ୍ଚାଇ ପାଠ ପଢ଼ିବା ପାଇଁ ସଂଘର୍ଷ କରୁଥିଲେ । ଇସ୍ରୋ ମୁଖ୍ୟ ଏସ୍. ସୋମନାଥ ଭଙ୍ଗା ସାଇକେଲରେ କଲେଜ ଯାଉଥିଲେ । ବସ୍ କିମ୍ବା ଅନ୍ୟ ଗାଡିରେ ଯିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ତେଣୁ ସେ ନିଜ ଭଙ୍ଗା ସାଇକେଲରେ ହିଁ କଲେଜ ଯାଉଥିଲେ । ପାଠ ପଢ଼ିବାର ଇଚ୍ଛା ଶକ୍ତି ଯୋଗୁଁ ସେ କେବେ ସୁବିଧାକୁ ଅପେକ୍ଷା କରି ନଥିଲେ । ଏହି କଥା ତାଙ୍କ ଆତ୍ମଜୀବନୀ ‘ନୀଲାଭୁ କୁଦିଚା ସିମହାଙ୍ଗଲ’ରେ ସେ ଲେଖିଛନ୍ତି । ତାଙ୍କର ଏହି ଆତ୍ମଜୀବନୀ ମାଲାୟାଲାମରେ ଲେଖା ଯାଇଛି ଏବଂ ଆସନ୍ତା ମାସରେ ଏହା ରିଲିଜ ହେବ । ସୋମନାଥ ତାଙ୍କ ଅଟୋବାୟୋଗ୍ରାଫିରେ ଆତ୍ମବିଶ୍ୱାସର ଅଭାବରେ ପୀଡିତ ଯୁବକମାନଙ୍କୁ ପ୍ରେରଣା ଦେଇଛନ୍ତି । ଏହି ପୁସ୍ତକରେ ଏସ୍‌ ସୋମନାଥଙ୍କ ବିଷୟରେ ସମସ୍ତ କଥା ଲେଖାଯାଇଛି ।
ତାଙ୍କ ଜୀବନର ଘଟିଥିବା ସମସ୍ତ ଛୋଟ ବଡ଼ କଥାକୁ ଏହି ପୁସ୍ତକରେ ସେ ଜଣାଇଛନ୍ତି । କଲେଜରେ ପଢ଼ୁଥିବା ସମୟରେ ରହିବାକୁ ତାଙ୍କ ପାଖରେ ଭଲ ଘର ନଥିଲା । ସେ ସାଇକେଲରେ କଲେଜ ଯାଉଥିଲେ ଯାହା ଦ୍ୱାରା ସେ ହଷ୍ଟେଲ ଫି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଉଠାଉଥିଲେ । ଇସ୍ରୋ ମୁଖ୍ୟ ଏସ୍. ସୋମନାଥଙ୍କ ଆତ୍ମକଥା କେରଳର ଲିପି ପ୍ରକାଶନ ଦ୍ୱାରା ପ୍ରକାଶିତ ହୋଇଛି ଏବଂ ଏହି ପୁସ୍ତକ ନଭେମ୍ବରରେ ବିକ୍ରି ପାଇଁ ଉପଲବ୍ଧ ହେବ । ଏହି ବହିରେ ଏକ ଗରିବ ଗାଁର ଯୁବକ କଥା, ଇସ୍ରୋ ଦ୍ୱାରା ବିକାଶ, ବର୍ତ୍ତମାନର ସମ୍ମାନଜନକ ପଦବୀକୁ ପାଇବା ପାଇଁ କରିଥିବା ସଂଘର୍ଷମୟ ଯାତ୍ରା ଏବଂ ଚନ୍ଦ୍ରଯାନ –୩ର ଲଞ୍ଚିଂ ବିଷୟରେ ବର୍ଣ୍ଣନା କରାଯାଇଛି । ପିଟିଆଇ ସହ କଥାବାର୍ତ୍ତା କରି ସୋମନାଥ କହିଛନ୍ତି ଯେ ତାଙ୍କ ଆତ୍ମଜୀବନୀ ପ୍ରକୃତରେ ଜଣେ ସାଧାରଣ ଗ୍ରାମୀଣ ଯୁବକଙ୍କର କାହାଣୀ, ଯିଏ ଇଞ୍ଜିନିୟରିଂରେ ଆଡମିଶନ ନେବା ଉଚିତ୍ ନା ବି.ଏସ୍.ସିରେ ଆଡମିଶନ ନେବା ଉଚିତ ତାହା ମଧ୍ୟ ଜାଣି ନଥିଲେ । ସେ ଅନେକ କଷ୍ଟ ସହ ସଂଘର୍ଷ କରିଥିଲେ ଏବଂ ଅନେକ ସଠିକ୍ ନିଷ୍ପତ୍ତି ନେଇ ବର୍ତ୍ତମାନ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଛନ୍ତି । ଇସ୍ରୋ ଚେୟାରମ୍ୟାନ୍ ସୋମନାଥ କହିଛନ୍ତି ଯେ, ଏହି ପୁସ୍ତକର ଉଦ୍ଦେଶ୍ୟ ତାଙ୍କ ଜୀବନ କାହାଣୀ ଦେଖାଇବା ନୁହେଁ, କିନ୍ତୁ ଜୀବନର ପ୍ରତିକୂଳ ପରିସ୍ଥିତିକୁ କିପରି ସାମ୍ନା କରି ସ୍ୱପ୍ନକୁ ପୂରଣ କରିବାର ପ୍ରେରଣା ଦେବା । ଏହା ହିଁ ଏହି ପୁସ୍ତକର ମୂଳ ଉଦ୍ଦେଶ୍ୟ । ସୋମନାଥ କହିଛନ୍ତି ଯେ ଅନେକ ଯୁବକ ପ୍ରତିଭାଶାଳୀ ହୋଇଥାନ୍ତି କିନ୍ତୁ ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ରହିଛି । ଏହି ବହିର ଉଦ୍ଦେଶ୍ୟ ହେଉଛି ଜୀବନରେ ଆସୁଥିବା ପ୍ରତ୍ୟେକ ସୁଯୋଗର ଉପଯୋଗ କରିବା, ପରିସ୍ଥିତି ଯାହା ବି ହେଉନା କାହିଁକି । ଏହା ଦ୍ୱାରା ଜଣେ ନିଜ ସ୍ୱପ୍ନକୁ ପୂରା କରି ପାରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button