ରାଜନୀତି

ବିଜେଡି କର୍ମୀଙ୍କ ଆବସ୍ଥା ଦେଖି ଦୁଃଖ ଲାଗୁଛି : ଅପରାଜିତା – Ibnodisha

[ad_1]

ଭୁବନେଶ୍ୱର : ଭିଆରଏସ ଓ କ୍ୟାବିନେଟ ମନ୍ତ୍ରୀ ଭାବେ ପାଣ୍ଡିଆନଙ୍କ ନିଯୁକ୍ତିକୁ ଟାର୍ଗେଟ କରି କଡା ସମାଲୋଚନ କଲେ ସାସଂଦ ଅପରାଜିତା ଷଡଙ୍ଗୀ । ରଜଧାନୀରେ ସଫ୍ଟ ଲ୍ୟାଣ୍ଡିଂ ବୋଲି କହିଲେ ଅପରାଜିତା । ଯିଏ ନିଯୁକ୍ତି ଦେବେ ,ସିଏ ନିଯୁକ୍ତି ହେଉଛନ୍ତି । ବାରମ୍ବାର ସର୍ଭିସ ରୁଲ ଉଲଘଂନ ହେଉଥିଲା । ଦଳମତ ନିର୍ବିଶେଷରେ ସମସ୍ତେ ଏହା ବିରୋଧରେ ସ୍ୱର ଉଠାଇଥିଲେ । ରାଜ୍ୟରେ ଜନ ଅସନ୍ତୋଷ ମଧ୍ୟ ବ୍ୟକ୍ତ ହୋଇଥିଲା , ପରିସ୍ଥିତି ଏପରି ହେଲା ଯେ ଇସ୍ଥଫା ଦେବାକୁ ବାଧ୍ୟ ହେଲେ । ନିର୍ବାଚନ ପୂର୍ବରୁ ନିର୍ବାଚନ ଅୟୋଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ । ସେଥିରୁ ମୁକୁଳିବା ଲାଗି ଚାକିରିରୁ ଇସ୍ତଫା ଦଲେ । ଏହା ହେଉଛି ସଫ୍ଟ ଲ୍ୟାଣ୍ଡିଂ ଇନ ପଲିଟିକ୍ସ , ଇଜି ରୁଟ ଇନ ପଲିଟିକ୍ସ । ବିଜେଡି ନେତା ଓ କର୍ମୀଙ୍କ ପ୍ରତି ଏହା ଅପମାନ । ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥାକୁ ସେ ହାଇଜାକ କରିନେଇଛନ୍ତି । ଓଡିଶାବାସୀ ସରଳ ହୋଇପାରନ୍ତି , କିନ୍ତୁ ସବୁ ଜାଣିଛନ୍ତି ବୋଲି କହିଲେ ସାସଂଦ ଅପରାଜିତା ଷଡଙ୍ଗୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button