ରାଜନୀତି

ଗୁରମିତଙ୍କ ପରଲୋକ ପରେ କଂଗ୍ରେସକୁ ଝଟକା – Ibnodisha

[ad_1]

ନୂଆଦିଲ୍ଲୀ : ରାଜସ୍ଥାନ ବିଧାନସଭା ନିର୍ବାଚନରେ ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁରରୁ କଂଗ୍ରେସ ପ୍ରାର୍ଥୀ ଥିବା ଗୁରମିତ ସିଂହ କୁନ୍ନରଙ୍କ ପରଲୋକ ହୋଇଛି। ସୂଚନାଯୋଗ୍ୟ, ଅନେକ ଦିନ ହେବ ଗୁରୁମିତଙ୍କ କିଡନିରେ ଅସୁବିଧା ରହିଥିଲା। ଏହି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ନିର୍ବାଚନ ପ୍ରଚାର ସମୟରେ ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଗତ ନଭେମ୍ବର ୧୨ ତାରିଖରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ଗୁରମିତଙ୍କ ପରଲୋକ ପରେ କଂଗ୍ରେସକୁ ଏକ ପ୍ରକାର ଝଟକା ଲାଗିଛି। ଗୁରୁମିତ ଶ୍ରୀଗଙ୍ଗାନଗରର କରଣପୁର ବିଧାୟକ ଓ କଂଗ୍ରେସ ପ୍ରାର୍ଥୀ ରହିଥିଲେ। ସେ ନିଜ ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ସବୁବେଳେ ପ୍ରୟାସ କରୁଥିଲେ । କୁନ୍ନରଙ୍କ ନିଧନ କଂଗ୍ରେସ ପାର୍ଟି ଏବଂ ରାଜସ୍ଥାନ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି। ୨୦୨୩ରେ ବିଧାନସଭା ନିର୍ବାଚନ ପାଇଁ ଗୁରମିତ କଂଗ୍ରେସ ପ୍ରାର୍ଥୀ ଭାବେ ନଭେମ୍ବର ୪ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ନିର୍ବାଚନରେ ଗୁରମିତଙ୍କ ମୁକାବିଲା ଭାଜପା ପ୍ରାର୍ଥୀ ସୁରେନ୍ଦ୍ର ପାଲ ସିଂହ ଟିଟିଙ୍କ ସହିତ ହୋଇଥାଆନ୍ତା। ଦ୍ବାଦଶଶ୍ରେଣୀ ଯାଏଁ ପାଠପଢ଼ିଥିବା ଗୁରମିତ ସିଂହ ପ୍ରଥମଥର ୧୯୯୮ରେ କଂଗ୍ରେସ ଟିକେଟ ପାଇ ବିଜୟ ହାସଲ କରି ବିଧାନସଭାରେ ପହଞ୍ଚିଥିଲେ। ଏହାପରେ  ୨୦୦୮ରେ ସେ ନିର୍ଦ୍ଦଳୀୟ ଭାବେ ବିଜୟ ହୋଇ ୨୦୧୮ରେ ପୁଣିଥିରେ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଥିଲେ। ଗୁରୁମିତଙ୍କୁ ଚଳିତଥର ବିଧାନସଭା ନିର୍ବାଚନରେ କଂଗ୍ରେସ  ପୁଣିଥରେ ତାଙ୍କ ପ୍ରାର୍ଥୀ କରିଥିଲା। କିନ୍ତୁ ଦୁଃଖର ବିଷୟ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଗୁରୁମିତ ପରପାରିକୁ ଚାଲିଯାଇଛନ୍ତି। ଏହି ଦୁଃଖଦ ଘଟଣାର ଖବର ପାଇବା ପରେ  ପାର୍ଟିର ବରିଷ୍ଠ ବିଧାୟକ କୁନ୍ନରଙ୍କ ପରଲୋକରେ ଅଶୋକ ଗେହଲଟ ଟ୍ଵିଟ୍‌ କରି ଶୋକ ବ୍ୟକ୍ତ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button