ଅପରାଧ

ଗାଁରେ ଥିବା କ୍ଵାକ୍ ଦେଲା ଭୁଲ୍ ଇଞ୍ଜେକ୍ସନ୍, ମାତ୍ର ୫ମିନିଟ୍ ଭିତରେ ଚାଲିଗଲା ମହିଳାଙ୍କ ଜୀବନ – Ibnodisha

[ad_1]

ନବରଙ୍ଗପୁର : ସ୍ୱାସ୍ଥ୍ୟ ସେବା ଅପହଞ୍ଚ । ଯାହାଫଳରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମାଞ୍ଚଳ ଗୁଡିକରେ ଥିବା କ୍ଵାକଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅଞ୍ଚଳରେ । ଆଉ ମୃତ ମହିଳା ହେଉଛନ୍ତି ଚିର୍ମା ଗ୍ରାମର ଦୟାମଣି ବିଷୋୟୀ । ଏନେଇ ମହିଳାଙ୍କ ଦିଅର କୋଡ଼ିଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅଭିଯୋଗ ଅନୁଯାୟୀ କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଚିର୍ମା ଗ୍ରାମର ଦୟାମଣି ବିଷୋୟୀଙ୍କର ମୁଣ୍ଡବ୍ୟଥା ହେବାରୁ, ତାଙ୍କୁ କର୍ଚାମାଳ ଗ୍ରାମରେ ଥିବା କ୍ଵାକ ସମାରୁ ହରିଜନଙ୍କ ଘରକୁ ପରିବାର ଲୋକେ ନେଇ ପହଞ୍ଚିଥିଲେ । କ୍ଵାକ ସମାରୁ ହରିଜନ ଚିକିତ୍ସା କରି କିଛି ଔଷଧ ଦେବା ସହ ଏକ ଇଞ୍ଜେକ୍ସନ୍ ଦେଇଥିଲେ । ତେବେ, ଇଞ୍ଜେକ୍ସନ୍ ଦେବାର ମାତ୍ର ପାଞ୍ଚ ମିନିଟ ମଧ୍ୟରେ ସେଠାରେ ହିଁ ଦୟାମଣିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ କ୍ଵାକ ସମାରୁ ମୃତ ମହିଳାଙ୍କ ପରିବାର ଲୋକଙ୍କୁ କିଛି ଟଙ୍କା ଦେବାକୁ ପ୍ରଲୋଭିତ କରି ଏହି ଘଟଣା ବାହାରେ ପ୍ରଘଟ ନକରିବାକୁ ଅନୁରୋଧ କରିଥିଲା। କିନ୍ତୁ, ମହିଳାଙ୍କ ସ୍ୱାମୀ ତୁରନ୍ତ ନିଜ ସାନଭାଇ ଗୁଣନିଧି ବିଷୋୟୀଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଭାଉଜ ଦୟାମଣିଙ୍କ ମୃତ୍ୟୁ ଖବର ପାଇ ଦିଅର ଗୁଣନିଧି ଓ ସଂପର୍କୀୟମାନେ କ୍ଵାକ ସମାରୁ ହରିଜନଙ୍କ ଘରେ ପହଞ୍ଚିଥିଲେ । ଘଟଣା ସମ୍ପର୍କରେ ସବୁ ଜାଣିଲା ପରେ ଦିଅର ଗୁଣନିଧି କୋଡ଼ିଙ୍ଗା ଥାନାକୁ ଯାଇ ଏତଲା ଦେଇଥିଲେ । ଖବର ପାଇ କୋଡ଼ିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି କୋଷାଗୁମୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ କ୍ଵାକ ସେଠାରୁ ଫେରାର ହୋଇଯାଇଥିଲା । ଏନେଇ କୋଡ଼ିଙ୍ଗା ଥାନାରେ ପୋଲିସ ଏକ ମାମଲା ରୁଜୁ କରି ଫେରାର କ୍ଵାକ କୁ ଧରିବାକୁ ପ୍ରୟାସ ଜାରି ରଖିଛି । ସତ କହିବାକୁ ଗଲେ ନବରଙ୍ଗପୁର ଜିଲ୍ଲାରେ ନାହାନ୍ତି ଆବଶ୍ୟକ ସଂଖ୍ୟକ ଡାକ୍ତର । ଯାହାର ଫାଇଦା ଉଠାଇ ଗାଁ ଗୁଡିକରେ ମାତିଲେଣି କ୍ୱାକ୍। ଆଉ ନେଉଛନ୍ତି ଲୋକଙ୍କ ଜୀବନ । ଏଭଳି ଏକ ଘଟଣା ଏବେ ସମଗ୍ର ନବରଙ୍ଗପୁର ଜିଲ୍ଲାରେ ଚହଳ ସୃଷ୍ଟି କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button