ରାଜନୀତି

ରାଜ୍ୟ ଓ କେନ୍ଦ୍ର ବିରୋଧରେ ଗର୍ଜିଲା ଭଞ୍ଜସେନା, ବିଶାଳ ରାଲିର ଆୟୋଜନ – Ibnodisha

[ad_1]

ରାଇରଙ୍ଗପୁର: ବୁଧବାର ସକାଳ ୭ ଘଟିକାଠାରୁ ଅପରାହ୍ନ ଘଟିକା ପର୍ଯ୍ୟନ୍ତ ଜିଲ୍ଲାର କୋଣ, ଅନୁକୋଣରେ ସମସ୍ତ ଦାବି ନେଇ ଉଭା ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଅବହେଳା ପ୍ରତିବାଦରେ ଭଂଜସେନା ପକ୍ଷରୁ ରାଲି କରାଯାଇଛି। ସେନା ପକ୍ଷରୁ ମା କୀଚକେଶ୍ବରୀ ମନ୍ଦିର ପାଇଁ ଆଖିଦୃଶିଆ ଅନୁଦାନ, ଶିମିଳିପାଳର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା ସହିତ ସୁରକ୍ଷା, ସମଗ୍ର ଜିଲ୍ଲାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହିତ ଅଭାବି ଡାକ୍ତର ନିଯୁକ୍ତି,ଆଦିବାସୀଙ୍କ ପୂଜାସ୍ଥଳୀ ଜାହିରା ପୀଠ ଗୁଡିକର ସ୍ଥାୟୀ ପଟ୍ଟା ପ୍ରଦାନ,ପର୍ଯ୍ୟଟନ ସ୍ଥଳୀର ବିକାଶ, ବାଙ୍ଗିରିପୋଷି-ଗୋରୁମହିଷାଣି, ବାଦାମପାହାଡ଼-କେନ୍ଦୁଝର ସହିତ କପ୍ତିପଦା ଉପଖଣ୍ଡକୁ ନୂତନ ରେଳ ସଂଯୋଗୀ କରଣ, ଶୁଳିଆପଦା ବ୍ଲକରେ କାଗଜକଳ ପ୍ରତିଷ୍ଠା, ଐତିହାସିକ ରାଜପ୍ରାସାଦର ପୁନରୁଦ୍ଧାର ସହ ସ୍ମାରକୀ କରଣ କରିବା ଦାବି ହୋଇଛି।

ସେହିପରି ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ଦୁଆରଶୁଣୀ ଘାଟିର ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରିବା, ରାଇରଙ୍ଗପୁର ଓ ଯଶିପୁର ସହରରେ ବାଇପାସ ନିର୍ମାଣ କରିବା, ଅମର୍ଦା ଏୟାରଷ୍ଟ୍ରିପରୁ ବିମାନ ଉଡାଣ ସୁନିଶ୍ଚିତ କରିବା ଓ ଦାଣ୍ଡବୋଷ ଏୟାରଷ୍ଟ୍ରିପର ପୁନରୁଦ୍ଧାର କରିବା, ଜିଲାର ମଠ ମନ୍ଦିର ଗୁଡିକର ରକ୍ଷଣା ବେକ୍ଷଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଅନୁଦାନ ପ୍ରଦାନ,ବୄହତ ଜଳାଶୟ ଗୁଡିକର ପୁନରୁଦ୍ଧାର, ଜିଲାର ବାମନଘାଟି ଉପଖଣ୍ଡରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା କରିବା, ଖଣିଜ ଶିଳ୍ପ ପ୍ରତିଷ୍ଠା କରିବା, ଜୁବୁଲୀ ଲାଇବ୍ରେରିର ପୁନରୁଦ୍ଧାର, ହରିପୁର ଗଡ଼କୁ ଜାତୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ, ଆବାସ ଯୋଜନା ହିତାଧିକାରୀଙ୍କୁ ସୁଲଭ ମୂଲ୍ୟରେ ବାଲି ଯୋଗାଇବା ସହ ନିର୍ମାଣ ସମୟସୀମାକୁ ବୄଦ୍ଧି କରିବା, ହୋମିଓ ପଥିକ ଏବଂ ଆୟୁର୍ବେଦିକ କଲେଜର ପୁନଃରୁଦ୍ଧାର କରାଯାଉ ବୋଲି ଦାବି ହୋଇଛି।

ଯୁକ୍ତ ଦୁଇ କାଉନସିଲ ଅଫିସର ନିଜସ୍ୱ ଘର ନିର୍ମାଣ, କେବଳ କୋଠା ବାଡ଼ି ଓ ରଙ୍ଗରେ ସୀମିତ ନରଖି ୫-ଟି ଯୋଜନାରେ ସ୍କୁଲ ଗୁଡିକରେ ଉନ୍ନତ ଶିକ୍ଷା ପ୍ରଦାନ କରିବା ସହ ଜିଲାର ପ୍ରତ୍ୟେକ କୋଣ ଅନୁକୋଣର ମୌଳିକ ସମସ୍ୟାକୁ ନେଇ ଆଜି ସଂଗଠନର କର୍ମକର୍ତାମାନେ ପ୍ଲାକ କାର୍ଡ ଏବଂ ବ୍ୟାନର ଧରି ପ୍ରତିବାଦ ଜଣାଇବା ସହିତ ଫୋଟ ଆଉ ଭିଡିଓକୁ ସସିଆଲ ମିଡ଼ିଆ ମାଧ୍ୟମରେ ପୋଷ୍ଟ କରି ଅଭିନଵ ଉପାୟରେ ପ୍ରତିବାଦ ଜଣାଇଥିଲେ। ଏହା ପରେ ମଧ୍ୟ ଯଦି ଉଭୟ ସରକାର ଯଥା ଶୀଘ୍ର କର୍ଣ୍ଣପାତ ନ କରନ୍ତି ତାହେଲେ ପ୍ରତିଷ୍ଠାତାଙ୍କ ଘୋଷଣା ଅନୁଯାୟୀ ଆସନ୍ତା ଡିସେମ୍ବର ପ୍ରଥମ ସପ୍ତାହରେ ବାରିପଦାରେ ଏକ ବିଶାଳ ରାଲି କରାଯିବ। ଏହି କାର୍ଯ୍ୟକ୍ରମରେ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମହୋନ ଟୁଡୁ, ସଂପାଦକ ବିଗ୍ନେଶ୍ୱର ବାସ୍କେ, ସଭାପତି ରମଜାନ ବ୍ୟାଗ, ଜିଲ୍ଲା କାର୍ଯକାରୀ ସଭାପତି ଗବିନ୍ଦ ମୁର୍ମୁ, ଜାମଦା ବ୍ଲକ୍ ସଭାପତି ଭାଗବତ ହେମ୍ବ୍ରମ,ଚନ୍ଦନ ବାସ୍କେ,ରାମଚନ୍ଦ୍ର ମାରାଣ୍ଡିଙ୍କ ସମେତ ଭଞ୍ଜସେନାର କର୍ମୀ ମାନେ ରାଲିରେ ସାମିଲ୍ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button