ଦେଶ

୨ କୋଟିର ଆପାର୍ଟମେଣ୍ଟ କିଣିବାକୁ ପୁଣେରେ ଲାଗିଛି ଲମ୍ବା ଲାଇନ – Ibnodisha

[ad_1]

ନୂଆଦିଲ୍ଲୀ: ଘର କିଣିବାକୁ ଚାହୁଁଛନ୍ତି କି ନା ଆପାର୍ଟମେଣ୍ଟ? ଏବେ ର ମହଙ୍ଗା ଯୁଗରେ ସବୁ ଜିନିଷର ଦରଦାମ ବଢ଼ିଗଲାଣି। ଖାସ କରି ସମ୍ପତ୍ତିର.. ଆଉ ଏମିତିରେ ଯଦି କମ ଦାମରେ ନିଜ ପାଇଁ ଗୋଟିଏ ଘର ମିଳିଯାଉଛି ତେବେ ବହୁତ ବଡ଼ ଓ ଭଲ କଥା। ଆଉ ଏହାର ସୁଯୋଗ ବ ସମସ୍ତେ ଉଠାଇବାକୁ ଦରକାର।କିନ୍ତୁ ସମସ୍ତଙ୍କ ଭାଗ୍ୟ ରେ ଏମିତି ସୁଯୋଗ ଆସିନଥାଏ। ତେଣୁ ଯେବେ ଆସୁଛି ତାହାର ଫାଇଦା ଉଠାଇବା ପାଇଁ ଏଠି ଲୋକ ମାନେ ଲମ୍ବାଟ୍ଟ ଲାଇନ କରି ଛିଡ଼ା ହୋଇଛନ୍ତି। କମ ଦାମରେ ଆପାର୍ଟମେଣ୍ଟ କିଣିବାକୁ ଏଠି ଘଣ୍ଟା ଘଣ୍ଟା ଧରି ଲାଇନରେ ପାଖାପାଖି ୨୦୦ରୁ ଅଧିକ ଲୋକ ଛିଡ଼ା ହୋଇଛନ୍ତି। ଆଉ ଏଥିରେ ୮ ଘଣ୍ଟା ଅପେକ୍ଷା କରିଛନ୍ତି। ବଡ଼ ବଡ଼ ନାମିଦାମୀ ସହରରେ ଘର ଖଣ୍ଡେ କିଣି ରହିବାକୁ ସମସ୍ତଙ୍କର ଇଚ୍ଛା ଥାଏ। ପୁଣେ , ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ସମ୍ପତ୍ତିର ଦାମ ତ ବର୍ଷକୁ ବର୍ଷ ବଢ଼ିବାକୁ ଲାଗୁଛି। ତଥାପି ଅନେକ ଲୋକ ଯେତେ କଷ୍ଟ ହେଲେ ବି ଘର କିଣିବାର ସୁଯୋଗକୁ ହାତ ଛଡ଼ା କରନ୍ତି ନାହିଁ। ଏହାରି ଭିତରେ ଏକ ବଢ଼ିଆ ଦୃଶ୍ୟ ସାମ୍ନାକୁ ଆସିଛି। ପୁଣେର ବାକଡ଼ ରେ ଲୋକମାନେ ଲମ୍ବା ଧାଡ଼ି କରି ଠିଆ ହୋଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଲୋକମାନେ ଦେଢ଼ କୋଟିରୁ ୨ କୋଟି ଯାଏ ନୁଆ ଆପାର୍ଟମେଣ୍ଟ କିଣିବା ପାଇଁ ଆଠ ଘଣ୍ଟା ଧରି ଛିଡ଼ା ହୋଇଛନ୍ତି। ଏହି ଭିଜୁଆଲକୁ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହା ପୁଣେରୁ ୧୫ କିଲୋମିଟର ଦୂର ବାକାଡ଼ ସହର ପାଖରେ ଦେଖିବାକୁ ମିଳିଛି। ତେବେ ଏହା ବ୍ୟତିତ ବାଙ୍ଗାଲୋରରେ ବି ସମ୍ପତ୍ତି ବିକ୍ରି ଏମିତି ହେଉଥିଲା ଯାହାର ଦାମ ୫ କୋଟିରୁ ଅଧିକ ଥିଲା।
କିଛି ଦିନରୁ ସୋସିଆଲ ମିଡ଼ିଆରେ ରିଏଲ ଇଷ୍ଟେଟ ପ୍ରମୁଖ ମୁଦ୍ଦା ହୋଇଗଲାଣି। ଆପାର୍ଟମେଣ୍ଟର ଅଧିକ ଭଡ଼ା ଓ ଘର ମାଲିକଙ୍କ ଭୁଲ ଦାବି କୁ ନେଇ ଅନେକ ପୋଷ୍ଟ କରାଯାଇଛି। ଯାହାକି ଭାଇରାଲ ହେଉଛି। ଆଜିର ମହଙ୍ଗା ଯୁଗରେ ଯଦି ଏଭଳି ସହର ମାନଙ୍କରେ ନିଜ ବଜେଟ ଭିତରେ ଘର କିଣିବା ପାଇଁ ସୁଯୋଗ ମିଳୁଛି ତେବେ କିଏ କାହିଁକି ହାତଛଡ଼ା କରିବ। ଆଉ ଆପାର୍ଟମେଣ୍ଟ କିଣିବା ବି ଅନେକଙ୍କ ପାଇଁ ସ୍ୱପ୍ନ ହୋଇଥାଏ। କମ ଟଙ୍କାରେ ଏମିତି ଅଫର ମିଳିଲେ ଲାଭ ଉଠାଇବା ନିହାତି ଦରକାର।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button