ରାଜ୍ୟ

ଧନଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ଆରମ୍ଭ, ସଜେଇ ହୋଇଛି ଢେଙ୍କାନାଳ ସହର – Ibnodisha

[ad_1]

ଭୁୁବନେଶ୍ୱର: ଢେଙ୍କାନାଳରେ ଆରମ୍ଭ ହୋଇଛି ଧନଧାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇଛି ଢେଙ୍କାନାଳ ସହର । ନବବଧୂ ବେଶରେ ସଜେଇ ହୋଇଛି ସହର। ଚଳିତ ବର୍ଷ ୩୮ଟି ପୂଜା ମଣ୍ଡପରେ ଦର୍ଶନ ଦେବେ ମା’ ଗଜଲକ୍ଷ୍ମୀ। ପୂଜାକୁ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ପୂଜା କମିଟି ଦିନରାତି ଏକକରି ଲାଗିପଡିଛନ୍ତି । ସମସ୍ତ ମଣ୍ଡପ ସାଜସଜ୍ଜା ଓ ଆଖି ଝଲସିଲା ଭଳି ହୋଇଥିବା ବେଳେ ଆଲୋକମାଳାରେ ଝଲସୁଛି ସାରା ସହର। ଚଳିତ ବର୍ଷ ଢେଙ୍କାନାଳର ପ୍ରସିଦ୍ଧ ଗଜ ଲକ୍ଷ୍ମୀ ପୂଜା ୮୨ ବର୍ଷରେ ପଦାର୍ପଣ କରିଛି। ଗଣେଶ ବଜାର ନିଜର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି।
ଏଥିପାଇଁ ପୂଜା କମିଟି ପକ୍ଷରୁ ମୃଣୟୀ ଦେବୀଙ୍କ ଠାରେ ଏକ କେଜି ଓଜନର ସୁନା ମୁକୁଟ ଲାଗି ହେବା ପାଇଁ ନିର୍ମାଣ ହୋଇଛି। ପୂଜାକୁ ଶୃଙ୍ଖଳିତ କରିବାକୁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୨୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି। ୧୧ ଦିନ ଧରି ମହା ସମାରୋହରେ ପାଳିତ ହେବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button