ଦେଶ

ଫ୍ଲାଟ୍‌ ଦେଖାଇବା ବାହାନରେ ମହିଳାଙ୍କ ସହ ପ୍ରପର୍ଟି ଡିଲର କଲେ ଜଘନ୍ୟ କାଣ୍ଡ… – Ibnodisha

[ad_1]

ଦିଲ୍ଲୀ : ଭଡ଼ା ପାଇଁ ଫ୍ଲାଟ୍‌ ଦେଖାଇବା ବାହାନରେ ଜଣେ ପ୍ରପର୍ଟି ଡିଲର ଓ ତାଙ୍କ ସହଯୋଗୀ ମହିଳାଙ୍କୁ ଗଣବଳାତ୍କାର କଲେ। ଏନେଇ ମହିଳାଜଣକ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଫ୍ଲାଟ୍‌ ଖୋଜି ଦେବା ନିମନ୍ତେ ସେ ଜିତେନ୍ଦ୍ର ନାମକ ପ୍ରପର୍ଟି ଡିଲରଙ୍କ ସହ ଯୋଗାଯୋଗ କରିଥିଲେ। ଏହାପରେ ଜିତେନ୍ଦ୍ର ତାଙ୍କୁ ଏକ ଖାଲି ଫ୍ଲାଟ୍‌କୁ ନେଇଥିଲେ। ସେଠାରେ ପୂର୍ବରୁ ତାଙ୍କର ଜଣେ ସହଯୋଗୀ ଉପସ୍ଥିତ ଥିଲେ। ସେଠାରେ ସେମାନେ ମହିଳାଙ୍କୁ କିଛି ପାନୀୟ ପିଇବାକୁ ଦେବାରୁ ସେ ବେହୋସ ହୋଇ ଯାଇଥିଲେ। ହୋସ ଆସିବା ବେଳକୁ ଜିତେନ୍ଦ୍ର ଓ ତାଙ୍କ ସହଯୋଗୀ ସେଠାରେ ଉପସ୍ଥିତ ନ ଥିବା ସେ ଦେଖିବାକୁ ପାଇଲେ। ଏଥିସହ ନିଜେ ଗଣବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇ ତୁରନ୍ତ ପିସିଆରକୁ ଫୋନ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ଡାକ୍ତରୀ ମାଇନା କରାଇଛି। ଏଥିସହ ତାଙ୍କ ଅଭିଯୋଗ ଆଧାରରେ ଏକ ଗଣବଳାତ୍କାର ମାମଲା ରୁଜୁ କରିଛି। ପୁଲିସ୍‌ ଏହି ଘଟଣାର ଛାନଭିନ କରି ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ରଙ୍କୁ ବାନ୍ଧିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button