ଦେଶ

ବିରୁଡି ଆତଙ୍କ; ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…. – Ibnodisha

[ad_1]

ରୋମ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ ଯୋଗୁ ଲୋକମାନେ ନିଜ ଘରୁ ବାହାରକୁ ଯିବାକୁ ମଧ୍ୟ ଦ୍ୱିଧା କରୁଛନ୍ତି । ବାସ୍ତବରେ, ବର୍ତ୍ତମାନ ବିରୁଡି ରୋମ ସହରରେ ନିଜର ଆତଙ୍କ ସୃଷ୍ଟି କରିଛି । ଗଣମାଧ୍ୟମ ରିପୋର୍ଟ ମାଧ୍ୟମରେ ଏହା ସାମ୍ନାକୁ ଆସିଛି ଭେସ୍ପା ଓରିଏଣ୍ଟାଲିସ ହେଉଛି ଏକ ଓରିଏଣ୍ଟାଲ ହର୍ନେଟ(ବିରୁଡି ) । ଏହା ସହିତ, ହର୍ନେଟ ବିଷୟରେ ସୂଚନା ମଧ୍ୟ ସାମ୍ନାକୁ ଆସିଛି ଏହି ହର୍ନେଟଗୁଡିକ ସାଧାରଣତଃ ଆଫ୍ରିକା ଏବଂ ଦକ୍ଷିଣ ପୂର୍ବ ଏସିଆରେ ଦେଖାଯାଏ, କିନ୍ତୁ ଆଜିକାଲି ଇଟାଲୀର ରୋମ ସହରରେ ସେମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି ।

ରିପୋର୍ଟ ମାଧ୍ୟମରେ ଏହା ପ୍ରକାଶ ପାଇଛି ୨୦୨୧ ମସିହାରେ ରୋମର ମୋଣ୍ଟେଭେର୍ଡେ ଜିଲାରେ ଲାଲ-ବାଦାମୀ ବିରୁଡି ପୁନର୍ବାର ଦେଖାଯାଇଥିଲା। ଏହାପୂର୍ବରୁ ୧୯୫୦ ମସିହାରେ, ବିରୁଡି ବଂଶ ଦେଖାଦେଇଥିଲେ । ରୋମରେ ବ୍ୟାପିଥିବା ଏହି ସମସ୍ୟାର ମୁକାବିଲା ପାଇଁ କୌଣସି ସରକାରୀ ଯୋଜନା ସମ୍ପର୍କରେ ପ୍ରଶାସନ ଏପର୍ଯ୍ୟନ୍ତ ସୂଚନା ପ୍ରକାଶ କରିନାହିଁ । ରୋମ ସହରରେ ବୃଦ୍ଧି ପାଉଥିବା ଆବର୍ଜନା ବିରୁଡି ବଂଶ ବଢ଼ିବାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହ ସହିତ ରୋମର ବଢଚଥିବା ତାପମାତ୍ରା ବିରୁଡି ଦଂଖ୍ୟା ବୃଦ୍ଧି ହେବାର ସୁଯୋଗ ଦେଉଛି । ଏନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାରେ ପଡିଛନ୍ତି ।

The post ବିରୁଡି ଆତଙ୍କ; ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…. appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button