ଦେଶ

ପ୍ରେମିକର ଗୁପ୍ତାଙ୍ଗକୁ କାଟିଦେଲେ ପ୍ରେମିକାର ପରିବାର ଲୋକେ – Ibnodisha

[ad_1]

ପାଟନା: ପ୍ରେମିକାର ପ୍ରେମରେ ଉବୁଟୁବୁ ହେଉଥିବା ପ୍ରେମିକ ମାନେ ସାବଧାନ । ଗୋଟିଏ ଫୋନ କଲରେ ପ୍ରେମିକା ପାଖରେ ପହଞ୍ଚିଲା ପ୍ରେମିକ । ଶେଷରେ ପ୍ରେମିକର ଗୁପ୍ତାଙ୍ଗକୁ କାଟିଦେଲେ ପ୍ରେମିକାର ପରିବାର ଲୋକେ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ଯୁବକ । ଏଭଳି ଘଟଣା ଘଟିଛି ବିହାରର ମୁଜାଫରପୁର ଜିଲ୍ଲାର ନଗର ପୋଲିସ ଷ୍ଟେସନ ଅଞ୍ଚଳରେ । ପୀଡ଼ିତ ଯୁବକ ବର୍ତ୍ତମାନ ବାରିଆ ଅଞ୍ଚଳର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଯୁବକଙ୍କ ପରିବାର ଅଭିଯୋଗ କରିଛନ୍ତି ଯେ, ପୁଅର ପ୍ରେମିକା ତାଙ୍କୁ କଲ୍ କରି ତାର ବାପାର ସ୍ୱାସ୍ଥ୍ୟାବସ୍ଥା ଖରାପ ଅଛି, ତାଙ୍କୁ ହସ୍ପିଟାଲ ନେବା ପାଇଁ କହିଥିଲା । ଏହାପରେ ସେ ସାରୟାଗଞ୍ଜରେ ଥିବା ଯୁବତୀଙ୍କ ଘରକୁ ଯାଇଥିଲା। ସେଠାରେ ପହଞ୍ଚିବା ପରେ ଝିଅ ଘର ପରିବାର ଲୋକେ ମୋ ପୁଅକୁ ଆକ୍ରମଣ କରିବା ପରେ ତାର ଗୁପ୍ତାଙ୍ଗକୁ କାଟି ଦେଇଥିଲେ ।

ଏନେଇ ପୋଲିସ କହିଛି ଯେ, ଗୁରୁତର ଯୁବକ ଓ ତାଙ୍କ ପ୍ରେମିକା ଗତ କିଛି ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିଲେ । ଯୁବକଙ୍କଠାରୁ ଦୂରେଇ ରହିବାକୁ ଯୁବତୀଙ୍କ ପରିବାର ଲୋକେ ବାରମ୍ବାର କହୁଥିଲେ । ଏଥିପାଇଁ ଯୁବକଙ୍କୁ ମଧ୍ୟ ଅନେକ ଥର ଧମକ ମଧ୍ୟ ମିଳିଥିଲା । କିନ୍ତୁ ସେ ନଶୁଣିବାରୁ ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କୁ ଘରକୁ ଡାକି ଆକ୍ରମଣ କରିଥିଲେ । ଅଭିଯୁକ୍ତମାନେ ଯୁବକଙ୍କଠାରୁ ସୁନା ଚେନ୍‌, ସୁନା ରିଙ୍ଗ୍ ଏବଂ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ପୀଡ଼ିତ ବାପାଙ୍କ ଦ୍ୱାରା ଥାନାରେ ଲିଖିତ ଅଭିଯୋଗ ପରେ ଆମେ ଏ ବାବଦରେ ଏଫ୍‌ଆଇଆର୍ ପଞ୍ଜୀକୃତ କରିଛୁ । ବର୍ତ୍ତମାନ ତଦନ୍ତ ଚାଲିଛି । ଅଭିଯୁକ୍ତକୁ ଗିରଫ କରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ । ଗୁରୁବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button