ରାଜ୍ୟ

ଜଗନ୍ନାଥଙ୍କ ଆର୍ଶୀବାଦରୁ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି : ସୁନୀଲ ମହାନ୍ତି – Ibnodisha

[ad_1]

ଭୁବନେଶ୍ୱର :ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ତାଙ୍କ ପୁଅ ସୁନୀଲ ମହାନ୍ତି ସୂଚନା ଦେଇଛନ୍ତି । ବାପାଙ୍କ ଉପରେ ଜଗନ୍ନାଥଙ୍କ ଆର୍ଶୀବାଦ ରହିଛି  । ଖୁବ୍ ଶୀଘ୍ର ତାଙ୍କ ଦେହ ଭଲ ହୋଇଯିବ । ଗତ ଅକ୍ଟୋବର ୩୧ତାରିଖରେ ପୁରୀର ପୂର୍ବତନ ବିଧାୟକ ପୁରୀ ସହରର ବିଭିନ୍ନ ଅଞ୍ଚଳରେ ଗଜ ଲକ୍ଷ୍ମୀ ପୂଜା କମିଟି ଭ୍ରମଣ କରୁଥଲେ । ହଠାତ୍ ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା ।

ତାଙ୍କୁ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।   ତାଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ଅସୁସ୍ଥତା ପାଇଁ ସେ କିଛି ଦିନ ହେବ ରାଜନୀତିରୁ ଦୂରେଇ ରହିଛନ୍ତି । ପୁରୀରୁ ସେ ୫ ଥର ବିଧାୟକ ଥିଲେ । ପଞ୍ଚାୟତିରାଜ, ପର୍ଯ୍ୟଟନ ଓ ସଂସ୍କୃତି, ଆଇନ, ରାଜସ୍ବ ଭଳି ମନ୍ତ୍ରୀ ଥିଲେ ମହେଶ୍ବର ମହାନ୍ତି । ସେ ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ତୁଲାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button