ରାଜ୍ୟ

ସମସ୍ତଙ୍କ ପାଇଁ ପ୍ରେରଣା ନୀଳିମାରାଣୀ ସମାଜସେବା ସମ୍ମାନ ପାଇଥିବା ଆଦର୍ଶ ମହିଳା ଚାଷୀ ‘ରାମବାଇ

ରଗଡ/ଜଗସିଂପୁର: କଟକ ଜିଲ୍ଲାର ସ୍ମାର୍ଟ ଭିଲେଜ ବା ଆଦର୍ଶ ଗ୍ରାମ କଲରାବାଙ୍କ । ଯାହା ଆଜି ସାରା ରାଜ୍ୟ ପାଇଁ ଆଦର୍ଶ ପାଲଟିଛି । ତେବେ ଏହି ସ୍ମାର୍ଟ ଭିଲେଜ ପଛରେ ଏକ କାହାଣୀ ରହିଛି । ନିଜ ମାଆନୀଳିମା ରାଣୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଜନ୍ମ ମାଟି ପାଇଁ କିଛି କରିବାକୁ ପଦକ୍ଷେପ ନେଇଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା ସମାଜସେବୀ ଡ.

ଅଚ୍ୟୁତ ସାମନ୍ତ । ତାଙ୍କରି ଉଦ୍ୟମରେ କଲରାବାଙ୍କର କାୟା ବଦଳିଗଲା ।

ଗ୍ରାମରେ ସମସ୍ତ ଆଧୁନିକ ବ୍ୟବସ୍ଥା ଏହାକୁ ମଡେଲ ଭିଲେଜର ପରିଚୟ ଦେଲା । ଆଉ ଏହାର ବିକାଶ ଓ ପରିଚାଳନା ଦାୟିତ୍ୱ ନେଇଛନ୍ତି କାଦମ୍ବିନୀ ସମ୍ପାଦିକା ତଥା ବିଷିଷ୍ଟ ସାହିତ୍ୟିକା ଡ. ଇତିରାଣୀ ସାମନ୍ତ। ଆଉ ସେହି ମହୀୟସୀ ମହିଳା ନୀଳିମା ରାଣୀ ସାମନ୍ତଙ୍କ ପ୍ରତି ସମ୍ମାନ ଜଣାଇ ଆରମ୍ଭ ହୋଇଥିଲା ନୀଳିମାରାଣୀ ସମାଜସେବା ସମ୍ମାନ। ପ୍ରତି ବର୍ଷ କିଛି ନିଆରା ବ୍ୟକ୍ତିତ୍ୱଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଚଳିତ ବର୍ଷ ଏହି ପୁରସ୍କାର ପାଇଛନ୍ତି ବିଶିଷ୍ଟ ଚିକିତ୍ସକ ସିବିକେ ମହାନ୍ତି ଏବଂ ଜଣେ ସାଧାରଣ ନାରୀରୁ ଆଦର୍ଶ ମହିଳା ଚାଷୀରେ ନିଜକୁ ପରିଣତ କରିଥିବା ରାମବାଇ ଦାସ ।

ରାମବାଇ ନିଶ୍ଚିତ ଭାବରେ ଜଣେ ନିଆରା ବ୍ୟକ୍ତିତ୍ୱ । ତାଙ୍କର ସଂଘର୍ଷ, ତାଙ୍କର ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା । ଗତ ଅଗଷ୍ଟ ୨୧ ତାରିଖ ଦିନ କରଲାବାଙ୍କ ସ୍ମାର୍ଟ ଭିଲଜେ ଠାରେ ନୀଳିମାରାଣୀ ଚାରିଟବେୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା ନୀଳିମା ଉତ୍ସବ । ଏଥିରେ ସମ୍ବର୍ଦ୍ଧିତ ହୋଇଥିଲେ ରାମବାଇ । ତାଙ୍କୁ ପରସ୍କାର ସ୍ୱରୂପ ପଚାଶ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଥିଲା।

ଏବେ ନିଜ ଗାଁ ବରଗଡ଼ ଜିଲ୍ଲା ଜମୁର୍ଡାରେ ଅଛନ୍ତି ରାମବାଇ। କଲରାବାଙ୍କରେ ସମ୍ବର୍ଦ୍ଧନାକୁ କେବେବି ଭୁଲି ପାରିବେନି ବୋଲି କହିଛନ୍ତି । ତାଙ୍କୁ ବେଶ୍‌ ଭାବବିହ୍ୱଳ କରିଥିଲା ଉତ୍ସବର ପରିବେଶ । ଆଉ ବଖାଣିଛନ୍ତି ନିଜର ସମସ୍ତ କଥା ଓ ବ୍ୟଥା ।

ସତରେ ଆମ ସମାଜରେ ଏମିତି ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ କର୍ମ ଦ୍ୱାରା ଅନ୍ୟମାନଙ୍କ ପାଇଁ ପେ୍ରରଣା ପାଲଟି ଯାଆନ୍ତି । ଆଉ ସେମାନଙ୍କୁ ସମ୍ମାନିତ କରି ଲୋକଙ୍କ ଆଗକୁ ଆଣିବାର କର୍ତ୍ତବ୍ୟ କରୁଛନ୍ତି ଡ. ଅଚ୍ୟୁତ ସାମନ୍ତ, ଡ.ଇତି ସାମନ୍ତ ଏବଂ ନୀଳିମା ରାଣୀଙ୍କ ଆଦର୍ଶରେ ଗଢ଼ାଯାଇଥିବା ଅନୁଷ୍ଠାନ ।

Related Articles

Leave a Reply

Your email address will not be published. Required fields are marked *

Back to top button