IBN ଓଡ଼ିଶା ବ୍ୟୁରୋ

ଖୁବଶୀଘ୍ର ହ୍ୱାଟସ୍‌ ଆପରେ ଆସୁଛି ଦମଦାର ଫିଚର, ୟୁଜର୍ସଙ୍କୁ ମିଳିବ ବଢ଼ିଆ ଫାଇଦା

ହ୍ୱାଟସ୍ ଆପ୍ ହେଉଛି ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । କମ୍ପାନୀ ମଧ୍ୟ ଏହାର ୟୁଜରମାନଙ୍କ ପାଇଁ ନୂଆ ଫିଚର ଆଣୁଛି, ଯାହା ସେମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଖବର ଅନୁଯାୟୀ ର୍ବତ୍ତମାନ ହ୍ୱାଟସ୍ ଆପ୍ ଏହାର ୟୁଜରଙ୍କ ପାଇଁ ଏକ ନୂଆ ଫିଚର ଆରମ୍ଭ କରିଛି । ଏହି ନୂଆ ଫିଚର ୟୁଜରମାନଙ୍କର ମେସେଜିଂ ଏକ୍ସପେରିଏନ୍ସକୁ ଆହୁରି ଭଲ କରିବ ।

ରିପୋର୍ଟ ଅନୁଯାୟୀ, ହ୍ୱାଟସ୍ ଆପ୍ ମେସେଜ ଡ୍ରାଫ୍ଟ ଫିଚର ରୋଲଆଉଟ କରୁଛି ।

ବର୍ତ୍ତମାନ ଏହି ଫିଚର ଆଣ୍ଡ୍ରଏଡ୍ ବିଟା ଟେଷ୍ଟର୍ସଙ୍କ ପାଇଁ ଉପଲବ୍ଧ । ଏହି ଫିଚର ଦ୍ୱାରା ୟୁଜରମାନେ ମେସେଜ୍‌ ଲେଖିବା ଆରମ୍ଭ କରିପାରିବେ । ଚାଟ ଲିଷ୍ଟରୁ ୟୁଜର୍ସମାନେ ଅଧା ଡ୍ରାଫ୍ଟ ବିଷୟରେ ନୋଟିଫିକେସନ୍‌ ପାଇବେ, ଯାହା ଦ୍ୱାରା ଅଧା ମେସେଜକୁ ମ୍ୟାନେଜ୍‌ କରିବା ସହଜ ହେବ । ରିପୋର୍ଟ ଅନୁଯାୟୀ କିଛି ବିଟା ଟେଷ୍ଟର୍ସ ର୍ବତ୍ତମାନ ଏକ ନୂଆ ଫିଚର ବ୍ୟବହାର କରିପାରିବେ ଯାହା ଅଧା ମେସେଜଗୁଡ଼ିକୁ ଶୀଘ୍ର ଚିହ୍ନଟ କରିବାରେ ସାହାଯ୍ୟ କରିବ । ଡ୍ରାଫ୍ଟ ଫିଚର ଅଧା ମେସେଜକୁ ସିଧାସଳଖ ଚାଟ୍ ଲିଷ୍ଟରେ ହାଇଲାଇଟ କରିଥାଏ ।

ରିପୋର୍ଟରେ କୁହାଯାଇଛି ଯେ ଏହି ନୂଆ ଡ୍ରାଫ୍ଟ ସିଷ୍ଟମ ୟୁଜରମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅଧା ମେସେଜକୁ ଡିଲିଟ ହେବାର ବିପଦକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହି ଡ୍ରାଫ୍ଟ ଫିଚର ଖୁବ ଶୀଘ୍ର ଆଣ୍ଡ୍ରଏଡ୍ ଆପରେ ଉପଲବ୍ଧ ହେବ କାରଣ ହ୍ୱାଟସ୍‌ ଆପ୍ ର୍ବତ୍ତମାନ ୟୁଜରଙ୍କ ଏକ୍ସପେରିଏନ୍ସକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button