ରାଜ୍ୟ

ମାସିକ ଦରମାରୁ ବଞ୍ଚିତ ଶତାଧିକ ସୁରକ୍ଷାକର୍ମୀ  – Ibnodisha

[ad_1]

ଯାଜପୁର: କଳିଙ୍ଗନଗର ଶିଳ୍ପାଞ୍ଚଳର ବିଭିନ୍ନ କାରଖାନାରେ କାର୍ଯ୍ୟରତ କିଛି ସୁରକ୍ଷାକର୍ମୀ ସେମାନଙ୍କ ଦରମା ନ ପାଇଁ ଆଜି ସିକ୍ୟୁରିଟି ଏଜେନସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ l ଚାକିରୀ ହରାଇଥିବା କିଛି ସୁରକ୍ଷାକର୍ମୀ ସେମାନଙ୍କ ଫୁଲ୍ ଏଣ୍ଡ ଫାଇନାଲ ପାହୁଣା ପାଇନଥିବା ଅଭିଯୋଗ ଆଣିଛନ୍ତି l ସୂଚନା ମୁତାବକ କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସା ଷ୍ଟିଲ ଓ ୟାଜଦାନୀ ଭଳି କାରଖାନାରେ ଗ୍ରୁପ ଫୋର ସିକ୍ୟୁରିଟି ସଂସ୍ଥା କାର୍ଯ୍ୟ ପାଇଥିଲା l ଏହି ସବୁ କାରଖାନାରେ ୩ ଶହରୁ ଉର୍ଦ୍ଧ ସୁରକ୍ଷାକର୍ମୀ ନିଯୁକ୍ତି ହୋଇଥିଲେ l ତେବେ କିଛିମାସ ତଳେ ସିକ୍ୟୁରିଟି ସଂସ୍ଥାର ଅବଧି ଶେଷ ହୋଇଯାଇଥିଲା l

ଫଳରେ ପ୍ରାୟ ୩ ଶହରୁ ଉର୍ଦ୍ଧ ସୁରକ୍ଷା କର୍ମୀ କାମ ହରାଇ ବସିଥିଲେ l ସମସ୍ତଙ୍କୁ ଅନ୍ୟତ୍ର ନିଯୁକ୍ତି ଦିଆଯିବ ଓ ସମସ୍ତ ବକେୟା ପାହୁଣା ଦିଆଯିବ କହି ସିକ୍ୟୁରିଟି ସଂସ୍ଥା ଅପେକ୍ଷା କରିବାକୁ କହିଥିଲା l ଏଥିପାଇଁ ସୁରକ୍ଷାକର୍ମୀ ମାନେ ଶେଷ ମାସର ଦରମା ଓ ଫୁଲ ଏଣ୍ଡ ଫାଇନାଲ ପାଇ ପାରିନଥିଲେ l ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସିକ୍ୟୁରିଟି ସଂସ୍ଥା ତରଫରୁ କୌଣସି ନିଯୁକ୍ତି ନଦେଇ ଓଲଟା ସୁରକ୍ଷା କର୍ମଚାରୀ ମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲେ l ନିୟମାନୁଯାୟୀ ସୁରକ୍ଷାକର୍ମୀ ମାନେ ଦେଇଥିଲେ ମଧ୍ୟ ସେମାନଙ୍କ ଶେଷ ମାସର ଦରମା ଓ ସମ୍ପୂର୍ଣ ପାହୁଣା ଦିଆଯାଇନଥିଲା l

ତେବେ ଚଳିତ ମାସ ୧ ତାରିଖରୁ ଶତାଧିକ ସୁରକ୍ଷାକର୍ମୀ ମାନେ ଯୋଡ଼ାବର ସ୍ଥିତ ସିକ୍ୟୁରିଟି ସଂସ୍ଥା କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କ ପ୍ରାପ୍ୟ ପାଇଁ ଦାବୀ କରିଥିଲେ l କୌଣସି ସୁଫଳ ନପାଇ ଶେଷରେ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି lତେବେ ଯଥାଶୀଘ୍ର ଉପଯୁକ୍ତ ସମ୍ପୂର୍ଣ ପାହୁଣା ନମିଳିଲେ ଆଗାମୀ ଦିନରେ ଜିଲ୍ଳା ପାଳଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଧିଷ୍ଟ କାଳ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ବୋଲି ସୁରକ୍ଷାଜାର୍ମି ମାନେ ବିଭିନ୍ନ ଗଣ ମାଧ୍ୟ୍ୟମ କୁ ସୂଚନା ଦେଇ ଛନ୍ତି l

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button