ଦେଶ

ଦୀପାବଳି ପୂର୍ବରୁ ସାମ୍ନାକୁ ଆସିଲା ଭବ୍ୟ ରାମ ମନ୍ଦିରର ରାତ୍ରି ସମୟର ଦୃଶ୍ୟ, ଫଟୋ ସେୟାର କଲା ମନ୍ଦିର ଟ୍ରଷ୍ଟ୍‍ – Ibnodisha

[ad_1]

ବ୍ୟୁରୋ : ଅଯୋଧ୍ୟାରେ ପୂର୍ଣ୍ଣାଙ୍ଗ ରାମ ମନ୍ଦିର ନିର୍ମାଣକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ରାମ ଭକ୍ତ। ବର୍ତ୍ତମାନ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିରରେ ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରିବେ।ପ୍ରାଣ ପ୍ରତିଷ୍ଠାରେ ମୁଖ୍ୟ ଅତିଥି ରୂପେ ପିଏମ୍‌ ମୋଦିଙ୍କୁ ଆମନ୍ତ୍ରଣ କରିଛି ମନ୍ଦିର ସଂସ୍ଥା। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏହାକୁ ନିଜର ସୌଭାଗ୍ୟ ବୋଲି କହିଛନ୍ତି। ମନ୍ଦିରର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ସମୟ ସମୟରେ ଏହାର ଫଟୋଗୁଡ଼ିକ ମଧ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରର ରାତ୍ରି ସମୟର ଫଟୋ ସେୟାର କରିଛି। ଟ୍ରଷ୍ଟ ଏହା ସହିତ ଲେଖିଛି ଯେ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣ ସ୍ଥଳରେ ରାତିରେ ନିଆଯାଇଥିବା ଫଟୋ’। ଏହି ଫଟୋରେ ମନ୍ଦିର ବହୁତ ସୁନ୍ଦର ଏବଂ ଭବ୍ୟ ଦେଖାଯାଉଛି। ଦୀପାବଳି ପୂର୍ବରୁ ସାମ୍ନାକୁ ଆସିଥିବା ଏହି ଫଟୋ ଅତ୍ୟନ୍ତ ଆକର୍ଷଣୀୟ ରହିଛି। ସେପଟେ ଦୀପାବଳି ଅବସରରେ ରାମ ନଗରୀ ଅଯୋଧ୍ୟାରେ ୨୧ ଲକ୍ଷରୁ ଅଧିକ ଦୀପ ଜାଳିବାକୁ ପ୍ରସ୍ତୁତି ଚାଲିଛି। ନଭେମ୍ବର ୧୧ରେ ଏଠାରେ ଦୀପୋତ୍ସବ ଆୟୋଜନ ହେବ। ଏଥିପାଇଁ ପ୍ରଶାସନ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମୁତାବକ, ପାରମ୍ପରିକ ନାଗର ଶୈଳୀରେ ମନ୍ଦିର ନିର୍ମାଣ କରାଯାଉଛି। ମନ୍ଦିରର ଲମ୍ବ ୩୦୮ ଫୁଟ, ଚଉଡ଼ା ୨୫୦ ଫୁଟ ଏବଂ ଉଚ୍ଚତା ୧୬୧ ଫୁଟ ରହିବ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button