ରାଜ୍ୟ
ଆପ୍ଲିକେସନ୍ ଡାଉନ୍ଲୋଡ଼୍ କରାଇ ୧ ଲକ୍ଷ ଟଙ୍କା ଲୁଟିନେଲେ ସାଇବର ଲୁଟେରା – Ibnodisha
[ad_1]
ଝାରସୁଗୁଡ଼ା: ବଡ଼ମାଳ ଥାନା ଅନ୍ତର୍ଗତ ବେଦାନ୍ତରେ କାର୍ଯ୍ୟରତ ଜମ୍ମୁ କଶ୍ମୀରର ଶୈଳା ନାମକ ଜଣେ ଯୁବତୀଙ୍କଠାରୁ ସାଇବର ଲୁଟେରା ୧ ଲକ୍ଷ ୧୪୨ ଟଙ୍କା ଲୁଟ୍ କରି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ବଡ଼ମାଳ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ସୋମବାର ଶୈଳାଙ୍କ ନିକଟକୁ ଏକ ଫୋନ୍ କଲ ଆସିଥିଲା। ଯେଉଁଥିରେ ତାଙ୍କର ଆଇସିଆଇସିଆଇ କ୍ରେଡିଟ୍ କାର୍ଡ ବନ୍ଦ ହୋଇଯିବ ବୋଲି ଫୋନ୍ କରିଥିବା ବ୍ୟକ୍ତି କହିଥିଲା। ଏହାର ସମାଧାନ ପାଇଁ ଦିଆଯାଇଥିବା ଲିଙ୍କ୍ରେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ ତାଙ୍କୁ କୁହାଯାଇ ଥିଲା।
[ad_2]