ରାଜ୍ୟ

ଖୋର୍ଦ୍ଧାରେ ହାତୀ ଆତଙ୍କ; ଭୟଭୀତ ଲୋକେ – Ibnodisha

[ad_1]

ଖୋର୍ଦ୍ଧା: ଥମୁନି ହାତୀ ଆତଙ୍କ । ଦିନକୁ ଦିନ ବଢ଼ୁଛି ହାତୀଙ୍କ ଦୌରାତ୍ମ୍ୟ । ଗତକାଲି (ଶନିବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ମେଡ଼ିକାଲ ଅଞ୍ଚଳରେ ହାତୀ ଦେଖିବାକୁ ମିଳିଥିଲା । ଯାହାକୁ ଦେଖି ଆତଙ୍କିତ ହୋଇଛନ୍ତି ସ୍ଥାନୀୟ ଲୋକେ ।

ମିଳିଥିବା ସୂଚନା ଅନୁସାରେ, ଏହି ହାତୀ ଟି ୫୭ ନମ୍ବର ଜାତୀୟ ରାଜପଥ ଅତିକ୍ରମ କରି ଖୋର୍ଦ୍ଧା ସହରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଥିଲେ । ତେବେ ହାତୀମାନେ ଏହି ଅଞ୍ଚଳରେ କୌଣସି ଜୀବନ ହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି କରିନଥିବା ଜଣାପଡିଛି ।

ଖବରପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଜାରି ରଖିଛି । ତେବେ ହାତୀଟି ପାନବରଜ ପଟକୁ ଚାଲିଯାଇଥିବା ବେଳେ, ଘଉଡାଇବାକୁ ବନବିଭାଗର ଦୁଇଟି ଟିମ୍‌ ମୁତୟନ କରାଯାଇଛି । ଏହାସହ ସ୍ଥାନୀୟ ଲୋକଙ୍କୁ ଭୟଭୀତ ନହେବାକୁ କହିଛି ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରର ଶିଖରଚଣ୍ଡୀ ପାହାଡ ଅଞ୍ଚଳରେ ଚାରୋଟି ହାତୀ ବୁଲୁଥିବାର ନଜର ଆସିଥିଲେ । ସେମାନେ ନିକଟସ୍ଥ ଭରତପୁର ଜଙ୍ଗଲରୁ ସହରକୁ ଯାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button