ରାଜ୍ୟ

ଶିଶୁଦିବସ ଓ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜନ୍ମଦିନ – Ibnodisha

[ad_1]

ଭୁବନେଶ୍ୱର :ଆଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ନଭେମ୍ବର ୧୪ ତାରିଖକୁ ପ୍ରତିବର୍ଷ ଭାରତରେ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ। ପଣ୍ଡିତ ଜବାହରଲାଲ ନେହେରୁ ପିଲାମାନଙ୍କୁ ବହୁତ ଭଲ ପାଉଥିଲେ। ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ଯେତେବେଳେ ବି ତାଙ୍କୁ ସମୟ ମିଳୁଥିଲା ସେ ପିଲାଙ୍କ ସହ ସମୟ ବିତାଉଥିଲେ। ସେଥିପାଇଁ ପିଲାମାନେ ନେହେରୁଙ୍କୁ ସ୍ନେହରେ ‘ଚାଚା ନେହେରୁ’ ବୋଲି ଡାକୁଥିଲେ। ତେଣୁ ୧୯୬୪ ମସିହାରୁ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୟନ୍ତୀକୁ ସାରା ଦେଶରେ ‘ଶିଶୁ ଦିବସ’ ଭାବେ ପାଳନ କରାଯାଉଛି। ଶିଶୁ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଶିଶୁମାନଙ୍କର ଆବଶ୍ୟକତାକୁ ଚିହ୍ନିବା, ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ ଶୋଷଣକୁ ବନ୍ଦ କରିବା ଏବଂ ଶିଶୁମାନଙ୍କର ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ପ୍ରୟାସ କରିବା। ୧୯୬୪ ମସିହାରେ ନେହରୁଙ୍କ ମୃତ୍ୟୁ ପୂର୍ବରୁ ନଭେମ୍ବର ୨୦ ତାରିଖକୁ ଶିଶୁ ଦିବସ ପାଳନ କରାଯାଉଥିଲା। କିନ୍ତୁ ନେହରୁଙ୍କ ମୃତ୍ୟୁ ପରେ ତାଙ୍କ ଜନ୍ମ ଦିନ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରିବାକୁ ଭାରତ ସରକାର ନିଷ୍ପତ୍ତି ନେଇଥିଲେ। ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଜବାହରଲାଲ ନେହରୁ ବିଶ୍ୱାସ କରୁଥିଲେ ଯେ ପିଲାମାନେ ରାଷ୍ଟ୍ର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ତେଣୁ ସେମାନଙ୍କୁ ଶିକ୍ଷାର ଅଧିକାର ପ୍ରଦାନ କରାଯିବା ଉଚିତ। ପଣ୍ଡିତ ନେହେରୁ ଏକଦା କହିଥିଲେ, ”ଆଜିର ଶିଶୁ ଆସନ୍ତାକାଲିର ଭାରତ ନିର୍ମାଣ କରିବେ। ଆମେ ଯେଉଁଭଳି ଭାବେ ସେମାନଙ୍କୁ ଗଢ଼ିବୁ ତାହା ହିଁ ଦେଶର ଭବିଷ୍ୟତ ନିର୍ଦ୍ଧାରଣ କରିବ।” ଆଧୁନିକ ଭାରତ କିପରି ହେବା ଉଚିତ ସେ ନେଇ ତାଙ୍କର ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଥିଲା ଏବଂ ସେଥିପାଇଁ ସେ ଦୃଢ଼ ବିଶ୍ୱାସ ରଖିଥିଲେ ଯେ ନୂଆ କରି ସ୍ୱାଧୀନତା ପାଇଥିବା ଦେଶକୁ ସହଯୋଗ କରିବା ପାଇଁ ସେ ଶକ୍ତିଶାଳୀ ସ୍ତମ୍ଭ ପ୍ରତିଷ୍ଠା କରିବା ଅତ୍ୟନ୍ତ ଆବଶ୍ୟକ। ସେଥିପାଇଁ ପିଲାମାନଙ୍କୁ ସ୍ୱତନ୍ତ୍ର ଅନୁଭବ କରାଇବା ପାଇଁ ସବୁ ବିଦ୍ୟାଳୟମାନଙ୍କରେ ଏହି ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। ଏହି ଦିନ ସ୍କୁଲରେ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଯେମିତି ଖେଳ, ତର୍କ, ଆଲୋଚନା, ନାଚ, ଗୀତ, ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ଭଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ। ଶିଶୁ ଦିବସ ଏମିତି ଏକ ଦିନ ଯାହା ଦେଶର ଭବିଷ୍ୟତ ନେତୃବୃନ୍ଦଙ୍କ ମଞ୍ଜି ବୁଣିଥାଏ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button