ରାଜ୍ୟ

ମାଟି ତଳୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର – Ibnodisha

[ad_1]

ଭୁବନେଶ୍ୱର: ମାଟି ତଳୁ ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ଧାରିଖମଣ ଗାଁ ନିକଟ ଜଙ୍ଗଲରୁ ମିଳିଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

ଖବର ଅନୁଯାୟୀ ପଡ଼ିଆବେଡା-ଭୀମକୁଣ୍ଡ ରାସ୍ତାର ଅନ୍ଧାରିଖମଣ ଛକ ନିକଟ ଜଙ୍ଗଲରୁ ଏହି ଶବ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକମାନେ ସକାଳେ ଜଙ୍ଗଲକୁ ଯାଇଥିବା ବେଳେ ରାସ୍ତା କଡରେ ପୋତା ଯାଇଥିବା ସ୍ଥାନରୁ ଦୁର୍ଗନ୍ଧ ଆସୁଥିଲା । ଯାହାପରେ ସ୍ଥାନୀୟ ପୋଡିଆବେଡା ସରପଞ୍ଚଙ୍କୁ ଜଣାଇ ଥିଲେ ସ୍ଥାନୀୟ ଲୋକେ । ଏହାପରେ ସରପଞ୍ଚ ଠାକୁରମୁଣ୍ଡା ଥାନାକୁ ଜଣାଇଥିଲେ ।

ସେପଟେ ଖବର ପାଇ ଘଟଣାସ୍ଥଳକୁ ଠାକୁରମୁଣ୍ଡା ଥାନା ଅଧିକାରିଣୀ , କରଞ୍ଜିଆ SDPO ଓ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଉକ୍ତ ସ୍ଥାନକୁ ଖୋଳିଥିଲେ। ମାଟି ଖୋଳିବା ପରେ ଭିତରୁ ଏକ  କମ୍ବଳରେ ଘୋଡ଼ାଇ ଦୌଡ଼ି ସାହାଯ୍ୟରେ ବନ୍ଧା ଯାଇଥିବା ମୃତଦେହ ମିଳିଥିଲା । ତେବେ ମୃତଦେହଟି ଜଣେ ଯୁବକଙ୍କ ହୋଇଥିବା ବେଳେ ପ୍ରାୟ ୧୫/୨୦ ଦିନ ପୂର୍ବରୁ କେହି ଦୁର୍ବୃତ୍ତ ହତ୍ୟା କରି ପୋତି ଦେଇଥିବା ସନ୍ଦେହ କରାଯାଉଛି । ଏନେଇ ଠାକୁରମୁଣ୍ଡା ଥାନା ପୋଲିସ  ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button