ରାଜ୍ୟ

ଆରମ୍ଭ ହୋଇନି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି: ଅପରାହ୍ନରେ ବସିବ ବୈଠକ – Ibnodisha

[ad_1]

ପୁରୀ : ଆଜି ଆରମ୍ଭ ହୋଇନି ପୁରୀ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି। ଅପରାହ୍ନ ୪ଟାରେ ଶ୍ରୀମନ୍ଦିର ପ୍ରଶାସନ ସହ ଏଏସଆଇ ଅଧିକାରୀଙ୍କ ବୈଠକ ବସି ଆଲୋଚନା କରାଯିବ। ବୈଠକ ପରେ କାମ କେମିତି ଓ କେତେବେଳେ ମରାମତି କାମ କରାଯିବ ତାହା ଚୂଡାନ୍ତ ହେବ। ମହାଧାର୍ମିକ କାର୍ତ୍ତିକ ମାସ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ହେଉଥିବାବେଳେ ଗରୁଡ଼ ସ୍ତମ୍ଭ ପାଖରେ ଭୋଗମଣ୍ଡପ ରହିଛି।ଏହି କାରଣରୁ କେତେବେଳେ ଏଏସଆଇକୁ ମରାମତି ପାଇଁ ସୁଯୋଗ ଦିଆଯିବ ତାହା ବୈଠକ ପରେ ସ୍ପଷ୍ଟ ହେବ । ନାଟମଣ୍ଡପ ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଏସଆଇ ପକ୍ଷରୁ ନାଟମଣ୍ଡପ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button