ରାଜନୀତି

ନାଲ୍‌କୋ ସି.ଏମ୍‌.ଡ଼ି ନିଯୁକ୍ତିର ପ୍ରକ୍ରିୟା ଆରମ୍ଭରେ ବିଳମ୍ବ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମାନସ ଚୌଧୁରୀ – Ibnodisha

[ad_1]

ଭୁବନେଶ୍ୱର : ରାଷ୍ଟ୍ରୀୟ ମଜଦୁର ସଂଘର ଜାତୀୟ ସମ୍ପାଦକ ମାନସ ରଞ୍ଜନ ଚୌଧୁରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ଅଭିଯୋଗ କରିଛନ୍ତି ଯେ, ନାଲ୍‌କୋର ସି.ଏମ୍‌.ଡ଼ି. ଶ୍ରୀଧର ପାତ୍ରଙ୍କ କ୍ଷେତ୍ରରେ ସରକାରୀ ନିୟମର ଖୋଲା ଉଲଘଂନ କରାଯାଇଛି । ଏପରିକିି କେନ୍ଦ୍ର ସରକାରଙ୍କ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ବୋର୍ଡ଼ ସ୍ତରୀୟ ପଦବୀରେ ନିଯୁକ୍ତି, ପରିବର୍ଦ୍ଧନ ଏବଂ କାଏମକରଣ ପାଇଁ ସ୍ୱତନ୍ତ୍ରଭାବେ ନିୟମ ଧାର୍ଯ୍ୟ ହୋଇଛି । ପବ୍ଲିକ୍ ଇଂଟରପ୍ରାଇଜେସ୍ ସିଲେକ୍‌ସନ ବୋର୍ଡ଼ (ପି.ଇ.ଏସ୍‌.ବି)ର ସଚୀବ ଡି.ଓ. ପତ୍ର ସଂଖ୍ୟା ୧୩/୦୭/୨୦୧୦-ଇ.ଏସ୍‌.ଇ.ବି. ତା. ୧୩/୦୫/୨୦୧୧ ରେ ନିର୍ଦ୍ଦିଷ୍ଟ ଭାବେ ଅଫିସ୍ ମେମୋରାଣ୍ଡମ୍‌ରେ ଏ ସଂକ୍ରାନ୍ତରେ ନିୟମାବଳି ଜାରି କରିଛନ୍ତି । କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଇଂଟରପ୍ରାଇଜେସ୍‌ର ବୋର୍ଡ଼ ସ୍ତରୀୟ ନିଯୁକ୍ତି କ୍ଷେତ୍ରରେ ଏହା କଡ଼ାକଡ଼ି ଭାବରେ ଅନୁସରଣ କରାଯାଏ ।

ଏଥିରେ ନିର୍ଦ୍ଦିଷ୍ଟ ଭାବେ କୁହାଯାଇଛି କୌଣସି ବୋର୍ଡ଼ ସ୍ତରୀୟ ପଦବୀ ଖାଲି ହେବାର ବର୍ଷକ ପୂର୍ବରୁ ପଦବୀର ପୂରଣ ନିମନ୍ତେ ପି.ଇ.ଏସ୍‌.ବି ସମସ୍ତ ପ୍ରକ୍ରିୟା ଆରମ୍ଭ କରିବେ । ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ସଂପୃକ୍ତ ମନ୍ତ୍ରଣାଳୟ ନିଜ ବିଭାଗରେ ଖାଲି ପଡ଼ୁଥିବା ପଦବୀ ପୂରଣ ପାଇଁ ଉପଯୁକ୍ତ ସମୟରେ ପି.ଇ.ଏସ୍‌.ବିକୁ ଜଣାଇବେ । ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ନାଲ୍‌କୋର ସି.ଏମ୍‌.ଡ଼ି. ଶ୍ରୀଧର ପାତ୍ରଙ୍କର ଚାକିରୀକାଳ ଆଉ ମାତ୍ର ଦଶ ମାସ ରହିଛି । ସଂପୃକ୍ତ ବିଭାଗ ଏହି ନିୟମ ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିଲେ ମଧ୍ୟ ଏହି ପଦବୀର ପୂରଣ ପାଇଁ ଏକବର୍ଷ ପୂର୍ବରୁ କୌଣସି ନୋଟିସ୍‌ଜାରୀ କରିନାହାନ୍ତି । ପଦବୀର ପୂରଣ ପାଇଁ ସଂପୃକ୍ତ ବିଭାଗ ପକ୍ଷରୁ ନିୟମ ଅନୁଯାୟୀ ଯେଉଁ ପ୍ରକ୍ରିୟା ଆରମ୍ଭ ହେବା କଥା ତାହା ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ଏଣୁ ଏହା ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦିଷ୍ଟ ନିୟମାବଳୀକୁ ଉଲଘଂନ କରୁଛି ବୋଲି ଆଜି ରାଷ୍ଟ୍ରୀୟ ମଜଦୁର ସଂଘର ଜାତୀୟ ସମ୍ପାଦକ ମାନସ ଚୌଧୁରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ଯୋଶୀଙ୍କ ନିକଟକୁ ଏ ସଂକ୍ରାନ୍ତରେ ଏକ ପତ୍ର ଲେଖିଛନ୍ତି ।

ଶ୍ରୀ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ନାଲ୍‌କୋର ସି.ଏମ୍‌.ଡ଼ି ଶ୍ରୀ ପାତ୍ରଙ୍କ ପ୍ରତି ସରକାର କାହିଁକି ଏତେ ଅନୁକମ୍ପା ପ୍ରଦର୍ଶନ କରିଛନ୍ତି? ସମସ୍ତଙ୍କ ପାଇଁ ଗୋଟିଏ ଆଇନ୍ ଥିବାବେଳେ ଶ୍ରୀପାତ୍ରଙ୍କ ପାଇଁ ଏହା କାହିଁକି ଲାଗୁ ହେଉନାହିଁ । ନାଲ୍‌କୋରେ ହୋଇଥିବା ବିଭିନ୍ନ ଦୁର୍ନୀତିରେ ଶ୍ରୀ ପାତ୍ରଙ୍କ ସଂପୃକ୍ତିଙ୍କୁ ନେଇ ଆଗରୁ ଗଣମାଧ୍ୟମରେ ଅନେକ ସମ୍ବାଦ ପ୍ରକାଶିତ ହୋଇଛି । ଶ୍ରୀ ପାତ୍ରଙ୍କ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । ମାତ୍ର ଆଜି ବାସ୍ତବ କ୍ଷେତ୍ରରେ ଦେଖିବାକୁ ମିଳୁଛି ଯେ, ସରକାର ପ୍ରଚଳିତ ଆଇନ୍‌କୁ ଶ୍ରୀ ପାତ୍ରଙ୍କ କ୍ଷେତ୍ରରେ ଅନୁସରଣ କରୁନାହାନ୍ତି । ଅର୍ଥାତ ଶ୍ରୀପାତ୍ରଙ୍କ ପ୍ରତି ସରକାରଙ୍କର ଅହେତୁକ ଅନୁକମ୍ପା ରହିଛି । ଶ୍ରୀପାତ୍ର ଏବଂ ସରକାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକାରେ ଓଡ଼ିଶାରେ ଦ୍ୱିତୀୟ କୋଣାର୍କ ବୋଲି ଗ୍ରହଣ କରାଯାଇଥିବା ନାଲ୍‌କୋରେ ହେଉଥିବା ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ । ନାଲ୍‌କୋ ସି.ଏମ୍‌.ଡ଼ି ନିଯୁକ୍ତି ପାଇଁ ତୁରନ୍ତ ବିଭାଗୀୟ ପ୍ରକ୍ରିୟା ଆରମ୍ଭ ହେବାକୁ ଶ୍ରୀ ଚୌଧୁରୀ ଦାବି କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button