ରାଜ୍ୟ

ବିଶିଷ୍ଟ ସମାସେବୀ ନାରାୟଣଧୀରଙ୍କୁ ନଗଡା ବନ୍ଧୁ ଏବଂ ବରିଷ୍ଟ ସାମ୍ୱାଦିକ ରବି ନାରାୟଣ କରଙ୍କୁ ନାଗଡା ଶ୍ରୀ ସମ୍ମାନରେ ସମ୍ମାନିତ – Ibnodisha

[ad_1]

ଯାଜପୁର: ବ୍ୟାସନଗର କ ଲେଜ ର ୮୧ ମସିହା ବ୍ୟାଚ୍ ର ଛାତ୍ର ଛାତ୍ରୀ ଙ୍କ ଅନୁଷ୍ଠାନ ବ୍ୟସଭିଆନ -୮୧ ତରଫରୁ ସୁକିନ୍ଦା ର ବହୁ ଚର୍ଚ୍ଚିତ ନଗଡା ପରିଦର୍ଶନ କରି ଏହାର ସାମଗ୍ରିକ ବିକାଶ ଓ ପରିବେଶ ରେ ସନ୍ତୋଷ ପ୍ରକାଶ କରିଛନ୍ତି। ଅନୁଷ୍ଠାନ ର ଆବାହକ ଆଇନଜୀବୀ ବିବେକାନନ୍ଦ ମହାନ୍ତି ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଚିଙ୍ଗୁଡ଼ିପାଲ ପଞ୍ଚାୟତ ର ଉପର ନଗଡା , ମଝି ନଗଡା ଓ ତଳ ନଗଡା ପରିଦର୍ଶନ କରି ଏହାର ଗ୍ରାମ ବାସୀ ଙ୍କ ଜୀବନୀ ଓ ଜୀବିକା ଉପରେ ପୁଙ୍କାନୁ ପୁଙ୍ଖେ ଅନୁଧ୍ୟାନ କରିଥିଲେ ।

ଏକଦା ଅପ ପୃଷ୍ଟିର ଶିକାର ରେ ବହୁ ଚର୍ଚ୍ଚିତ ଏହି ଅନୁନ୍ନତ ଗ୍ରାମ ଏବେ ବିକଶିତ ରେ ପହଞ୍ଚି ସମାଜ ର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିଛି ବୋଲି ଅନୁଭବ କରି ଏହାର ମୁଖ୍ୟ ଶ୍ରେୟ ର ଅଧିକାରୀ ବିଶିଷ୍ଟ ସମାଜ ସେବୀ ନାରାୟଣ ଚନ୍ଦ୍ର ଧୀର ଙ୍କୁ ନଗଡା ର ବନ୍ଧୁ ଓ ବରିଷ୍ଠ ସାମ୍ବାଦିକ ରବିନାରାୟଣ କର ଙ୍କୁ ନଗଡା ଶ୍ରୀ ସମ୍ମାନ ରେ ସମ୍ମାନିତ କରିଥଲେ।। ଏହି ସ୍ଥାନ ଟି ଭ୍ୟାବିଷତ ରେ ଓଡିଶା ର ପର୍ଯ୍ୟଟନ ର ମାନଚିତ୍ର ରେ ପ୍ରମୁଖ ସ୍ଥାନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

ଏହି ପ୍ରତିନିଧି ଦଳରେ ଅନ୍ୟ ମାନଙ୍କ ମଧ୍ୟରେ ପୁର୍ବତନ ଅତିରିକ୍ତ ଏସ ପି ଅଶୋକ କୁମାର ଦେଓ, ପୁର୍ବତନ ଭବିଷ୍ୟ ନିଧି ଉପ ଆୟୁକ୍ତ ଅଗସ୍ତି କୁମାର ଜେନା, ଧ୍ରୁବ ଚରଣ ସ୍ବାଇଁ, ପହଲୀ ଚରଣ ରାଉତ, ପ୍ରଭାତ କୁମାର ନାୟକ, ରୁଦ୍ର ନାରାୟଣ ଜେନା, ଆଇନଜୀବୀ ସଚିନ୍ଦ୍ର କୁମାର ବାରିକ୍, ଗୋପିନାଥ ସାହୁ, ପ୍ରତାପ କୁମାର ଦେଓ, ପ୍ରତାପ କୁମାର ଦେଓ,ପ୍ରକାଶ କୁମାର ପାତ୍ର, ଶିଶିର କୁମାର ଚୌଧୁରୀ, ନିରଞ୍ଜନ ନାୟକ ପ୍ରମୁଖ ସାମିଲ ହୋଇ ଏହାର ବିକାଶ ରେ ଖୁସି ବ୍ୟକ୍ତ କରିଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button