ଅପରାଧ

ବାପାକୁ ପିଟି ପିଟି ମାରିଦେଲେ ପୁଅ ବୋହୂ – Ibnodisha

[ad_1]

ନୀଳଗିରି: ବାପାକୁ ପିଟିପିଟି ମାରିଦେଲେ ପୁଅ ବୋହୁ ଏଭଳି ଅଭିଯୋଗ ଆଣିଲେ ମୃତକଙ୍କ ଝିଅ ।ଏଭଳି ଅଭିଯୋଗ ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଓତାସାହି ଅଞ୍ଚଳରୁ ଆସିଛି । ସୂଚନାଯୋଗ୍ୟ ଔପଦା ବ୍ଲକ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଓତାସାହି ଗ୍ରାମର ରାମଚନ୍ଦ୍ର ପଣ୍ଡାଙ୍କର ଦେହାନ୍ତ ହୋଇଥିଲା । ତେବେ ତାଙ୍କର ମୃତ୍ୟୁ କେବେ ଓ କିଭଳି ହେଲା ଜଣା ପଡିନଥିବା ବେଳେ ଶବ ଦେହରୁ ଦୁର୍ଗନ୍ଧ ବାହାରୁଥିବା ଅଞ୍ଚଳବାସୀ କହିଛନ୍ତି ।

ତେବେ ତାଙ୍କର ମରଶରୀରକୁ ସ୍ୱର୍ଗଦ୍ୱାର ଅନ୍ତିମ ସଂସ୍କାର ପାଇଁ ନେବାପାଇଁ ସଜବାଜ ହେଉଥିଲା ବେଳେ ଉକ୍ତ ଗ୍ରାମରେ ପ୍ରେମ ବିବାହ କରିଥିବା ଝିଅ ସୁକାନ୍ତି ଜାଣିବାକୁ ପାଇଥିଲେ । ପରେ ନିକଟସ୍ଥ ଇଶ୍ୱରପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ତାଙ୍କ ଭାଇ ଓ ଭାଉଜ ମାନସିକ ବିକାର ଗ୍ରସ୍ତ ବାପାଙ୍କୁ ପିଟି ପିଟି ମାରିଥିବା ଅଭିଯୋଗ କରିଛନ୍ତି ଝିଅ ସୁକାନ୍ତୀ ଦାସ ।ନୀଳଗିରି ପୋଲିସ ଅଭିଯୋଗ ପାଇଲା ପରେ ତଦନ୍ତ ଜାରି ରହିଥିବା ଅଧା ରାସ୍ତାରୁ ଶବକୁ ଜବତ କରାଇ ପୋଷ୍ଟମୋଟମ ପାଇଁ ଅଣା କରାଇଛି ।ତେବେ ତାଙ୍କ ପୁଅଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button