ରାଜ୍ୟ

୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼, ଜଣେ ମୃତ, ୨ ଜଣ ଗୁରୁତର – Ibnodisha

[ad_1]

ବରଗଡ଼ : ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ସାହୁଟିକ୍ରାରେ। ମିଳିଥିବା ସୂଚନା ଅନୁଯାୟୀ, ଘଟଣାଟି ଆଜି ଅପରାହ୍ନ ପ୍ରାୟ ୪ଟା ବେଳର। ୪ ଜଣ ଯୁବକ ସାହୁଟିକ୍ରାକୁ ଯାଇଥିଲେ। ସେମାନଙ୍କୁ ହାବଭାବ ଦେଖି ସ୍ଥାନୀୟ ଲୋକେ ଚୋର ବୋଲି ସନ୍ଦେହ କରିଥିଲେ। ଲୋକେ ସେମାନଙ୍କୁ ଅଟକ ରଖିବା ବେଳେ ଜଣେ ଖସି ପଳାଇଥିଲେ। ଏହା ପରେ ଲୋକେ ଅନ୍ୟ ତିନି ଜଣଙ୍କୁ ପଚରାଉଚରା କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କ ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ୨ ଗୁରୁତର ଆହତଙ୍କୁ ପୁଲିସ୍ ଉଦ୍ଧାର କରି ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ ଯୁବକଙ୍କ ନାଁ ବିଜୟ ବାଗ। ତାଙ୍କ ଘର ବରଗଡ଼ ସଦର ଥାନା ଅନ୍ତର୍ଗତ ପାଣ୍ଡରିପଥର ଗାଁରେ ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଦୁଇ ଯୁବକ ହେଲେ ପାଣ୍ଡରିପଥର ଗାଁର ସୁରତ କର୍ମୀ ଓ ସମ୍ବଲପୁରର ବିକୁ ଜାଲ। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପୁଲିସ୍‌ର ପ୍ରାଥମିକ ତଦନ୍ତ ଅନୁଯାୟୀ, ଏହି ଚାରି ଯୁବକ ଚୋରି କରିବା ଉଦ୍ଦେଶ୍ୟରେ ସେଠାକୁ ଯାଇଥିଲେ ବୋଲି ଜଣାପଡ଼ିଛି। ତେବେ ଲୋକମାନେ ଆଇନକୁ ନିଜ ହାତକୁ ନେବା କଥାକୁ ବୁଦ୍ଧିଜୀବୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button