ରାଜ୍ୟ

ପୂର୍ବ ଶତ୍ରୁତାରୁ ଗାଁରେ ଫୁଟିଲା ବୋମା – Ibnodisha

[ad_1]

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ହରିପୁର ଗାଁରେ ଆଜି ସକାଳେ ବୋମାମାଡ଼ ହୋଇଛି। ଏଥିରେ ୨ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ଼ ପରେ ଜଣେ ବ୍ୟକ୍ତି ନିଖୋଜ ଥିବା ସୂଚନା ରହିଛି। ପୂର୍ବ ଶତ୍ରୁତା କାରଣରୁ ଏହି ବୋମାମାଡ ହୋଇଥିବା ଜଣାଯାଇଛି।

କିଛି ଦିନ ପୂର୍ବରୁ ହରିପୁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଆଜି ସକାଳେ ଗୋଟିଏ ଗୋଷ୍ଠୀର ଲୋକ ଆସି ଅନ୍ୟ ଗୋଷ୍ଠୀ ଉପରେ ବୋମା ମାଡ଼ କରିଥିଲେ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବୋମାମାଡରେ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲା ବେଳେ ଗାଁର ଜଣେ ବ୍ୟକ୍ତି ନିଖୋଜ ଥିବା ଜଣାଯାଇଛି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଆକ୍ରମଣକାରୀଙ୍କୁ ଧରିବାକୁ ଖୋଳତାଡ ଆରମ୍ଭ କରିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button