ଜଷ୍ଟିସ୍ ଫାତିମା ବିବିଙ୍କ ଶେଷକୃତ୍ୟ ସମ୍ପନ୍ନ – Ibnodisha

[ad_1]
ପଥନମଥିଟ୍ଟା : ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ତଥା ତାମିଲନାଡୁର ପୂର୍ବତନ ରାଜ୍ୟପାଳ ଏମ୍ ଫତିମା ବିବିଙ୍କ ଶେଷକୃତ୍ୟ କେରଳର ଜୁମା ମସ୍ଜିଦ୍ରେ ଶୁକ୍ରବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହୋଇଛି । ଦିବଙ୍ଗତ ବିଚାରପତିଙ୍କ ମରଶରୀର ସର୍ବସାଧାରଣଙ୍କ ଦର୍ଶନ ପାଇଁ ପଥନମଥିଟ୍ଟା ଟାଉନ୍ ହଲ୍ରେ ରଖାଯାଇଥିବା ବେଳେ ଅପରାହ୍ଣରେ ସେଠାରେ ଶହ ଶହ ଲୋକଙ୍କ ଭିଡ଼ ଜମିଥିଲା । କେରଳ ସରକାର ଓ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ତରଫରୁ ପଠାନମଥିଟ୍ଟା ଜିଲ୍ଲାପାଳ ଏ ଶିବୁ ତାଙ୍କ ପାର୍ôଥବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜଙ୍କ ତରଫରୁ ଅତିରିକ୍ତ ଜିଲ୍ଲାପାଳ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗୋଆ ରାଜ୍ୟପାଳ ପିଏସ୍ ଶ୍ରୀଧରନ୍ ପିଲ୍ଲାଇଙ୍କ ତରଫରୁ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କେରଳ ହାଇକୋର୍ଟର ବିଚାରପତି, ବିଧାନସଭାର ଉପବାଚସ୍ପତି ଚିତ୍ତୟମ ଗୋପକୁମାର ଏବଂ ବିଧାୟକ କେୟୁ ଜେନିସ୍ କୁମାର ଓ ପ୍ରମୋଦ ନାରାୟଣନ୍ ଜଷ୍ଟିସ୍ ବିବିଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସୂଚନାଯୋଗ୍ୟ, ଗୁରୁବାର କୋଲ୍ଲମର ଏକ ଘରୋଇ ହସ୍ପିଟାଲରେ ୯୬ ବର୍ଷ ବୟସରେ ଜଷ୍ଟିସ୍ ବିବିଙ୍କ ପରଲୋକ ହୋଇଥିଲା ।
[ad_2]