ଦେଶ

ଅଧରାତିରେ ତାମିଲ ଅଭିନେତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ – Ibnodisha

[ad_1]

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତ୍ରୀ ତଥା ‘ବିଗ୍ ବସ୍’ ତାମିଲ୍ ୩ର ପୂର୍ବତନ ପ୍ରତିଯୋଗୀ ଭନିତା ବିଜୟକୁମାରଙ୍କୁ ଆକ୍ରମଣ ହୋଇଛି। ମିଳିଥିବା ଖବର ମୁତାବକ, ଅଭିନେତ୍ରୀଙ୍କୁ ମାଡ଼ ମରାଯାଇଛି, ଯେଉଁଥିରେ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଆଖିରେ ଗଭୀର ଆଘାତ ଲାଗିଛି।

ଭନିତା ‘ଏକ୍ସ’ ଆକାଉଣ୍ଟରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ଆଖି ଚାରିପାଖ କଳା ହୋଇଯାଇଛି ଏବଂ ମୁହଁ ଫୁଲିଥିବାର ଦେଖାଯାଉଛି। ଅଭିନେତ୍ରୀଙ୍କ ଏହି ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅଭିନେତ୍ରୀ ଫଟୋ ସେୟାର କରି ନିଜ ସହିତ ଘଟିଥିବା ଦୁର୍ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି ଏବଂ ନିଜ ଯନ୍ତ୍ରଣା ପ୍ରକାଶ କରିଛନ୍ତି।

ଭନିତା ଲେଖିଛନ୍ତି, ‘ଭଗବାନ ଜାଣନ୍ତି, କିଏ ଏତେ ନିର୍ଦ୍ଦୟ ଭାବରେ ଆକ୍ରମଣ କଲା! ଜଣେ ପ୍ରଦୀପ ଆଣ୍ଟୋନି ସମର୍ଥକ। ମୁଁ ମୋର # BiggBossTamil7 ରିଭ୍ୟୁ ସମାପ୍ତ କଲି ଏବଂ ଖାଦ୍ୟ ଖାଇଲି, ଏହାପରେ ମୋ କାର୍ ଆଡକୁ ଗଲି। ଏହି ସମୟରେ ସେଠାରେ ବହୁତ ଅନ୍ଧକାର ଥିଲା। ଜଣେ କେହି ଆସି ମୋ ମୁହଁକୁ ଜୋର୍‌ରେ ମାରିଥିଲା ଏବଂ ସେଠାରୁ ଦୌଡ଼ି ପଳାଇ ଯାଇଥିଲା’।

ଅଭିନେତ୍ରୀ କହିଥିଲେ ଯେ ସେ ସେତେବେଳେ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ତାଙ୍କ ମୁହଁରୁ ରକ୍ତ ବୋହୁଥିଲା। ତେଣୁ ତାଙ୍କ ଆକ୍ରମଣକାରୀଙ୍କୁ ସେ ଚିହ୍ନି ପାରି ନ ଥିଲେ’। ଅଭିନେତ୍ରୀ ବର୍ତ୍ତମାନ ତାଙ୍କର ଚିକିତ୍ସା କରୁଛନ୍ତି ଏବଂ ସବୁ ଜିନିଷରୁ ବ୍ରେକ୍‌ ନେଇଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button