ଅପରାଧ

୪ର୍ଥ ଶ୍ରେଣୀ ଛାତ୍ରକୁ ଜ୍ୟାମିତି କମ୍ପାସରେ ୧୦୮ଥର ଭୁସିଲେ ୩ ସହପାଠୀ – Ibnodisha

[ad_1]

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ଏକ ଘରୋଇ ବିଦ୍ୟାଳୟରେ ଜଣେ ୪ର୍ଥ ଶ୍ରେଣୀ ଛାତ୍ରକୁ ତାର ୩ଜଣ ସହପାଠୀ ଜ୍ୟାମିତି କମ୍ପାସରେ ୧୦୮ଥର ଆକ୍ରମଣ କରିଛନ୍ତି। ଏହି ଘଟଣା ଉପରେ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି) ହସ୍ତକ୍ଷେପ କରିବା ସହିତ ଏହା ଉପରେ ତଦନ୍ତ କରିବାକୁ ପୁଲିସକୁ ନିବେଦନ କରିଛି। ସିଡବ୍ଲ୍ୟୁସି ଅଧ୍ୟକ୍ଷ ପଲ୍ଲବୀ ପରୱାଲ କହିଛନ୍ତି ଯେ ନଭେମ୍ବର ୨୪ରେ ଏହି ଘଟଣା ଏରୋଡ୍ରମ ଥାନା ଅଞ୍ଚଳର ଏକ ଘରୋଇ ବିଦ୍ୟାଳୟରେ ଘଟିଛି।

ପିଲାମାନଙ୍କ ଏପରି ହିଂସ୍ର ଆଚରଣର କାରଣ ଉପରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସିଡବ୍ଲ୍ୟୁସି ଅଧ୍ୟକ୍ଷ ପୁଲିସକୁ ନିର୍ଦେଶ ଦେଇଛନ୍ତି। ଏହି ଘଟଣାରେ ସିଡବ୍ଲ୍ୟୁସି ସମ୍ପୃକ୍ତ ପିଲା ଓ ତାଙ୍କ ଅଭିଭାବକଙ୍କୁ ପଚରାଉଚରା କରିବା ଲାଗି ଯୋଜନା କରିଛି। ପୀଡିତ ଛାତ୍ରର ପିତାମାତା ଏହି ଘଟଣାରେ ଥାନାରେ ମାମଲା ରୁଜୁ କରିଛନ୍ତି। ଛାତ୍ର ଜଣଙ୍କ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏସିପି ବିବେକ ଚୌହ୍ବାନ କହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button