ଦେଶ

ଖାଇକୁ ଖସିଲା କ୍ୟାବ୍‌, ଆଖିବୁଜିଲେ ୭ ପର୍ଯ୍ୟଟକ – Ibnodisha

[ad_1]

ଜମ୍ମୁ-କଶ୍ମୀର: କଶ୍ମୀର ବୁଲିବାକୁ ଆସିଥିଲେ। ହେଲେ ଆଉ ଫେରିଲେନି। ଖାଇକୁ ଖସିପଡିଲା କ୍ୟାବ୍‌। ଆଖି ବୁଜିଲେ ୭ ପର୍ଯ୍ୟଟକ। ଜମ୍ମୁ-କଶ୍ମୀରର ଗନ୍ଦରବଲ ଜିଲ୍ଲା ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଏଭଳି କିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ, ଜୋଜିଲା ଦରେ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ କେରଳର ବୋଲି ଜଣାପଡିଛି। ଏ ସମସ୍ତେ ଜମ୍ମୁ କଶ୍ମୀର ବୁଲିବା ପାଇଁ ଆସିଥିଲେ। ଦୁର୍ଘଟଣା ବେଳେ ଟ୍ୟାକ୍ସିରେ ଡ୍ରାଇଭର ସମେତ ୮ ଜଣ ଥିଲେ। ୭ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସୋନମର୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପୁଲିସ କହିବା ମୁତାବକ, କେରଳରୁ ଆସିଥିବା ସମସ୍ତ ପର୍ଯ୍ୟଟକ ସୋନମର୍ଗ ଯାଉଥିଲେ। ଜୋଜିଲା ଦରେରେ ତାଙ୍କ ଟ୍ୟାକ୍ସି ପହଞ୍ଚିବା ପରେ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିଥିଲା। ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣ ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଛନ୍ତି। ଏକ ଛୋଟ ଛୁଆ ଆହତ ହୋଇଛି। ତା’ର ଚିକିତ୍ସା ଚାଲିଥିବା ପୁଲିସ କହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button