ରାଜ୍ୟ

ଦୁଇ ଦୁର୍ଘଟଣାରେ ତିନି ମୃତ, ଦୁଇ ମେଡ଼ିକାଲ୍‌ରେ – Ibnodisha

[ad_1]

କଳାହାଣ୍ଡି : ଆଜି ଘଟିଥିବା ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇ ଜଣଗୁରର ଆହତ ହୋଇ ମେଡ଼ିକାଲ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଏପରି ଭୟଙ୍କର ଦୁର୍ଘଟଣା ରାୟଗଡ଼ା ଓ ବଲାଙ୍ଗିର ଜିଲ୍ଲାରେ ଘଟିଛି। କଳାହାଣ୍ଡି ଜିଲ୍ଲା ଥିଆମୂଳ-ରାମପୁର ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ୍‌ରେ ରାୟଗଡ଼ା ଅଭିମୁଖେ ଯାଉଥିଲେ। ସେମାନେ ୪୫ ନମ୍ୱର ଜାତୀୟ ରାଜପଥର କଲ୍ୟାଣସିଂହପୁର ଥାନା ଲକ୍ଷ୍ମୀନଗରଠାରେ ସମ୍ମୁଖରେ ଯାଉଥିବା ହାଇୱାରେ ପିଟି ହୋଇଯାଇଥିଲେ। ଘଟଣା ସ୍ଥଳରେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଥିଲା। ବାଇକ୍‌ ପଛରେ ବସିଥିବା ୨ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ସ୍ଥାନୀୟ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ରହିଛି। ସେପଟେ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅନ୍ୟପକ୍ଷରେ ବଲାଙ୍ଗିର ଜିଲ୍ଲା ପଦ୍ମପୁର ବୋଡେ଼ନ ଥାନା ଅଞ୍ଚଳରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ତେନ୍ତୁଳିଖୁଣ୍ଟି ଗ୍ରାମର ଦୁଇ ଜଣ ଯୁବକ ଏକ ବାଇକ୍‌ରେ ପାଟଣାଗଡ଼ ଅଭିମୁଖେ ଯାଉଥିବା ବେଳେ ପଢେଲ ଗାଁ ବ୍ରିଜ୍‌ରେ ପିଟି ହୋଇ ତଳକୁ ଖସି ପଡ଼ିଥିଲେ। ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ବ୍ରିଜ୍‌ ତଳୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button