ଜଙ୍ଗଲକୁ ଗଲା ‘ଜୀନତ୍’: ଜଙ୍ଗଲ ସହ ଖାପ ଖୁଆଇଲାଣି ଯମୁନା
ବାରିପଦା: ୧୦ ଦିନ ଧରି ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍କ୍ଲୋଜର୍ରେ ନିରୀକ୍ଷଣରେ ରହିବା ପରେ ଘଞ୍ଚ ଜଙ୍ଗଲକୁ ଯାଇଛି ମହାବଳ ବାଘୁଣୀ ‘ଜୀନତ୍’। ୨୪ ତାରିଖ ରାତି ପ୍ରାୟ ୯ଟା ୩୦ରେ ଜୀନତ୍କୁ ଶିମିଳିପାଳର କୋର୍ ଅଞ୍ଚଳରେ ଛଡ଼ାଯାଇଛି। ଜୀନତ୍ ଏବେ ଶିମିଳିପାଳ ଉତ୍ତର ଭୂଖଣ୍ଡର ଆଭ୍ୟନ୍ତରୀଣ ଅଞ୍ଚଳର ୫ଶହ ମିଟର ପରିଧିରେ ବୁଲାବୁଲି କରିୁଛି। ପୂର୍ବରୁ ଛଡ଼ା ଯାଇଥିବା ବାଘୁଣୀ ‘ଯମୁନା’ ଭଳି ‘ଜୀନତ୍’ ଉପରେ ମଧ୍ୟ ଶିମିଳିପାଳ ଟାଇଗର ରିଜର୍ଭର ଏକ ସ୍ୱତନ୍ତ୍ର ଟିମ୍ ୨୪ ଘଣ୍ଟା ନଜର ରଖିଛି। ଏହା ବେକରେ ଲାଗିଥିବା ଜିପିଏସ୍ ଟ୍ରାକର୍ ଦ୍ବାରା ଗତିବିଧି ନିରୀକ୍ଷଣ କରାଯିବ ସହ ରେଡିଓ କଲାର୍ର ସୂକ୍ଷ୍ମ କ୍ୟାମେରାରେ ସେ କେମିତି ଶିକାର କରୁଛି, ଜଙ୍ଗଲର ଅନ୍ୟ ପ୍ରାଣୀଙ୍କୁ ଦେଖି କିଭଳି ଆଚରଣ ଦେଖାଉଛି ତାହା ନଜର ରଖିଛି ବନ ବିଭାଗ।
ବୟସରେ ଯମୁନାଠାରୁ ଜୀନତ୍ ୬ ମାସ ବଡ଼ ହୋଇଥିବାରୁ ଶିକାର କରିବାରେ ବେଶ୍ ପାରଙ୍ଗମ। ଅଭୟାରଣ୍ୟର କୋର୍ ଏରିଆରେ ଜୀନତ୍ ପାଇଁ ଖାଦ୍ୟର ଅଭାବ ରହିବନି। ହେଲେ ବାଘୁଣୀଟି ପ୍ରଥମେ ଶିକାର ଉପରେ ଗୁରୁତ୍ବ ନଦେଇ ଜଙ୍ଗଲକୁ ପଶିବା ପାଇଁ ଘୂରି ବୁଲିବ। ଏହାପରେ ଅଧିକ ଖାଦ୍ୟ ମିଳୁଥିବା ୮ରୁ ୧୦ ବର୍ଗ କିମି ଜଙ୍ଗଲକୁ ଚିହ୍ନଟ କରି ଏହି ଅଞ୍ଚଳରେ ରହିବ। ଏଥିପାଇଁ ୩୦ ଦିନରୁ ଅଧିକ ଲାଗିପାରେ। ଏହାପରେ ଜୀନତ୍ ନିଜ ପାଇଁ ସାଥୀ ପୁରୁଷ ମହାବଳ ଖୋଜିବ ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି।
ଜଙ୍ଗଲ ସହ ଖାପ ଖୁଆଇଲାଣି ଯମୁନା
ନିୟମିତ ହରିଣ, ସମ୍ବର ଶିକାର କରୁଛି
ସେହିପରି ଚଳିତ ମାସ ୯ ତାରିଖରେ କୋର୍ ଏରିଆରେ ଛଡ଼ାଯାଇଥିବା ବାଘୁଣୀ ଯମୁନା ନୂଆ ପରିବେଶ ସହ ନିଜକୁ ଖାପ ଖୁଆଇ ନେଲାଣି। ଏହା ନିୟମିତ ବ୍ୟବଧାନରେ ଶିକାର କରୁଥିବା ବେଳେ ଆଜି ଏକ ହରିଣ ମାରି ଖାଇଥିବା ଜଣାପଡ଼ିଛି। ଏବେ ଯମୁନା ତାର ସୀମା ନିର୍ଦ୍ଧାରଣ ପାଇଁ ଘୂରି ବୁଲୁଥିବା ବେଳେ ଆସନ୍ତା ୮ରୁ ୯ ମାସ ମଧ୍ୟରେ ସାଥୀ ଚୟନ କରି ଶିମିଳିପାଳରେ ନିଜର ବଂଶବୃଦ୍ଧି କରିବ ବୋଲି ଆଶା କରାଯାଉଛି। ସବୁକିଛି ଯୋଜନା ମୁତାବକ ଚାଲିଲେ, ଶିମିଳିପାଳରେ କଳାରଙ୍ଗର ବାଘବଂଶ ବୃଦ୍ଧିକୁ ନେଇ ରହିଥିବା ଚିନ୍ତା ଦୂର ହେବ ଏବଂ ମହାବଳ ସଂଖ୍ୟା ବଢ଼ିବ ବୋଲି ଆଶା ପୋଷଣ କରିଛନ୍ତି ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶଚାନ୍ଦ ଗୋଗିନାନୀ।
ସୂଚନାଯୋଗ୍ୟ; ତାଡ଼ବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ୨ଟି ବାଘୁଣୀକୁ ଶିମିଳିପାଳ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଅନୁମତି ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ ଗତମାସ ୨୭ ତାରିଖରେ ଆସିଥିଲା ଅଢ଼େଇ ବର୍ଷର ଯମୁନା। ଦ୍ବିତୀୟ ପର୍ଯ୍ୟାୟରେ ଚଳିତ ମାସ ୧୪ ତାରିଖ ଗୁରୁବାର ସନ୍ଧ୍ୟାରେ ଶିମିଳିପାଳରେ ପହଞ୍ଚିଥିଲା ଜୀନତ୍।
latest news
୭୮୬୭୮୬ post image
ପୂର୍ବତନ ସ୍ତ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଲେ ଅଭିନେତା
IMG-20241126-WA0324 post image
ଘୁ ଉଦୟଗିରି ଏନ୍ଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଶାକିବ-ଅଲ-ହସନଙ୍କ ଟାଇମ୍ଡ ଆଉଟ୍ ଅପିଲକୁ ନେଇ ଖପ୍ପା ହେଲେ ଗୌତମ ଗମ୍ଭୀର post image
ବ୍ୟକ୍ତିଗତ କାରଣ ପାଇଁ ଭାରତ ଫେରିଲେ ଟିମ ଇଣ୍ଡିଆ କୋଚ୍ ଗୌତମ ଗମ୍ଭୀର
baranga post image
ଦୋକାନରେ ପଶିଗଲେ ୨ ଯୁବକ, ଦୋକାନରୁ ୩୦ ହଜାର ଲୁଟିଲେ ଦୁର୍ବୃତ୍ତ
WhatsApp Image 2024-11-26 at 3.43.18 PM post image
ସଂସ୍କୃତ-ମୈଥିଲି ଭାଷାରେ ସମ୍ବିଧାନ: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ କଲେ ଉନ୍ମୋଚନ