ଦେଶ

ବିସ୍ଫୋରକ ବୟାନ: ଭାରତରେ ମୁସଲମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନା ଦରକାର – Ibnodisha

[ad_1]

ଇସଲାମବାଦ: ସ୍ୱାଧୀନତା ସମୟରେ ଅର୍ଥାତ ୧୯୪୭ରେ ଭାରତ-ପାକିସ୍ତାନ ବିଭାଜିତ ହୋଇଥିଲା । ଧର୍ମ ନାଁରେ ଏକ ଅଲଗା ଦେଶ ଗଠନ ପାଇଁ ମହମ୍ମଦ ଅଲ୍ଲି ଜିନା ଦାବି କରିଥିଲେ ଯାହାର ଫଳ ହେଉଛି ପାକିସ୍ତାନ । ସେ ବିଭାଜନର ଦୟନୀୟ କାହାଣୀ ସମସ୍ତେ ଜାଣନ୍ତି । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ହେଲେ ଏବେ ଏଠାରେ ଏହି ପ୍ରସଙ୍ଗ ଉଠିଛି କାହିଁକି ? କାରଣ ହେଉଛି, ଏହି ବିଭାଜନ ପ୍ରସଙ୍ଗକୁ ନେଇ ପାକିସ୍ତାନ ନ୍ୟୁଜ୍ ଚାନେଲର ଜଣେ ମହିଳା ଆଙ୍କର କିରଣ ନାଜ ଏକ ବିସ୍ଫୋରକ ବୟାନ ଦେଇଛନ୍ତି ।

ଭାରତ ବିରୋଧରେ ଅଭିଯୋଗ ଆଣି ସେ କହିଛନ୍ତି, ଭାରତରେ ରହୁଥିବା ହିନ୍ଦୁମାନେ ଗୁଣ୍ଡା ଶ୍ରେଣୀର । ସେଥିପାଇଁ ଅନ୍ୟଧର୍ମର ଲୋକେ ସେଠାରେ ଭୟଭୀତ ହୋଇ ରହୁଛନ୍ତି । ସେଥିପାଇଁ ସେଠାରେ ଥିବା ମୁସଲମାନମାନଙ୍କୁ ବଞ୍ଚାଇବା ପାଇଁ ଆଉ ଜଣେ ଜିନ୍ନାଙ୍କର ଆବଶ୍ୟକତା ରହିଛି । ନିଉଜ ଆଙ୍କର କିରଣ ନାଜ କହିଛନ୍ତି, ପୁଣି ଥରେ ୧୯୪୭ ମସିହାର ପୁନରାବୃତ୍ତି ଘଟିବା ଦରକାର । ଏବେ ସମୟ ଆସି ଯାଇଛି, ହିନ୍ଦୁମାନେ ନିଜ ଇଲାକାକୁ ନେଇ ଅଲଗା ହୋଇ ଯାଆନ୍ତୁ । ଫଳରେ ଅନ୍ୟ ଧର୍ମର ଲୋକେ ସିଏ ମୁସଲମାନ ହୁଅନ୍ତୁ ବା ଇସାଇ, ସେମାନେ ଶାନ୍ତିରେ ରହିପାରିବେ । ସେଥିପାଇଁ ଭାରତକୁ ଆଉ ଏକ ଜିନ୍ନା ଦରକାର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button