ଦେଶ

ବିରୋଧ ଯୋଗୁଁ ‘ଇଣ୍ଡିଆ’ ବୈଠକ ସ୍ଥଗିତ – Ibnodisha

[ad_1]

ନୂଆଦିଲ୍ଲୀ: ବୁଧବାର ନୂଆଦିଲ୍ଲୀରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର  ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ ଗତ ରବିବାର ଘୋଷଣା କରିବା ସହ ମେଣ୍ଟର ସମସ୍ତ ସହଯୋଗୀ ଦଳଙ୍କୁ ସୂଚୀତ କରିଥିଲେ । ତେବେ କଂଗ୍ରେସ ଦଳର ଏକଚାଟିଆ କାରବାରକୁ ନାପସନ୍ଦ କରି ଇଣ୍ଡିଆ ମେଣ୍ଟର ଏକାଧିକ ତୁଙ୍ଗ ନେତା ବୈଠକରେ ଯୋଗଦେଇପାରିବେନି ବୋଲି ସ୍ପଷ୍ଟ କରିବାପରେ ବୈଠକକୁ ସ୍ଥଗିତ ରଖାଯାଇଛି ।

ବୈଠକକୁ ବିରୋଧ କରିଥିବା ନେତାଙ୍କ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ), ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ତୃଣମୂଳ କଂଗ୍ରେସ), ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ (ଜେଏମ୍‌ଏମ୍‌) ଓ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ (ସମାଜବାଦୀ ପାର୍ଟି) ଅନ୍ୟତମ । ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପାଇଁ ଏମାନେ ଦଳୀୟ ରଣନୀତିକୁ ତୀବ୍ର ସମାଲୋଚନା କରିଛନ୍ତି । ପ୍ରାକ୍ ନିର୍ବାଚନୀ ମେଣ୍ଟ ନକରି କଂଗ୍ରେସ ହାଇକମାଣ୍ଡ ‘ଇଣ୍ଡିଆ’ ନେତାଙ୍କୁ ହେୟଜ୍ଞାନ କରିଥିବା ଏମାନେ କହିଛନ୍ତି । ବର୍ତ୍ତମାନ ସାମୁଦ୍ରିକ ବାତ୍ୟା ମିଗ୍‌ଜୋମ୍ ଯୋଗୁଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ (ଡିଏମ୍‌କେ) ବୈଠକରେ ଅନୁପସ୍ଥିତ ରହିବେ ବୋଲି ପୂର୍ବରୁ ଜଣାଇ ସାରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button