ଦେଶ

ମେହୁଲ ଚୋକ୍‌ସୀଙ୍କ ମାମଲାର ପୁଣି ତଦନ୍ତ ହେବ – Ibnodisha

[ad_1]

ନୂଆଦିଲ୍ଲୀ: ପଳାତକ ଘୋଷିତ ଶିଳ୍ପପତି ମେହୁଲ ଚୋକ୍‌ସୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଗତ ଠକେଇ ମାମଲାର ପୁଣି ତଦନ୍ତ କରିବାକୁ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ୨୦୧୭ରେ ଗୁଜରାଟ ହାଇକୋର୍ଟ ଚୋକ୍‌ସୀ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଆଗତ ଏତଲା ଖାରଜ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଏସ.ଭି.ଏନ୍‌. ଭଟ୍ଟିଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି ହାଇକୋର୍ଟ ରାୟକୁ ଖାରଜ କରିଥିବାବେଳେ ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଗୁଜରାଟର ଦିଜବିଜୟ ସିଂହ ଜାଡେଜା ନାମକ ଜଣେ ବ୍ୟକ୍ତି ଚୋକ୍‌ସୀ ଓ ପତ୍ନୀଙ୍କ ବିରୋଧରେ ୩୦ କୋଟି ଟଙ୍କାର ଠକେଇ ମାମଲା ରୁଜୁ କରିବାପରେ ସୁପ୍ରିମକୋର୍ଟରେ ଏହାର ଶୁଣାଣି ହୋଇଛି । ରିଟେଲ ସୁନା ଦୋକାନ ଗୀତାଞ୍ଜଳି ଗ୍ରୁପ୍‌ର ମାଲିକ ଚୋକ୍‌ସୀ ୨୦୧୭ରୁ ଭାରତରୁ ପଳାଇଯାଇ ୱେଷ୍ଟଇଣ୍ଡିଜ୍‌ର ଆଣ୍ଟିଗ୍ୱାରେ ବସବାସ କରୁଛନ୍ତି । ଭଣଜା ନୀରବ ମୋଦୀଙ୍କ ସହ ହାତ ମିଳାଇ ଚୋକ୍‌ସୀ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪,୦୦୦ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button